ମଝି ସମୁଦ୍ରରେ ବୁଡ଼ିଲା ତେଲ ଟ୍ୟାଙ୍କର ଜାହାଜ। ୧୩ ଜଣ ଭାରତୀୟଙ୍କ ସମେତ ୧୬ଜଣ କର୍ମଚାରୀଙ୍କୁ ନେଇ ଯାଉଥିବା ଏକ ତେଲ ଟ୍ୟାଙ୍କର ଓମାନ ଉପକୂଳରେ ବୁଡ଼ିଯାଇଥିବା ସୂଚନା ମିଳିଛି। ଓମାନର ସାମୁଦ୍ରିକ ସୁରକ୍ଷା ବାହିନୀ ଏନେଇ ସୂଚନା ଦେଇଛି। ଜାହାଜରେ ଥିବା ୧୬ଜଣ କ୍ରୁ ମେମ୍ୱର ନିଖୋଜ ଅଛନ୍ତି। ସେମାନଙ୍କର କୌଣସି ସୂଚନା ମିଳୁନାହିଁ। ତେବେ ନିଖୋଜଙ୍କ ମଧ୍ୟରେ ୧୩ ଭାରତୀୟ ଓ ୩ ଶ୍ରୀଲଙ୍କା ନାଗରିକ ରହିଛନ୍ତି। ରସ୍ ମାତରଖା ବନ୍ଦର ଠାରୁ ୨୫ ନଟିକାଲ ମାଇଲ ଦୂରରେ ଅଘଟଣ ହୋଇଥିବା ସୂଚନା ମିଳିଛି। ଜାହାଜଟି ୟେମେନର ଆଡେନ ବନ୍ଦର ଅଭିମୁଖେ ଯାଉଥିଲା। ଓମାନର ସାମୁଦ୍ରିକ ସୁରକ୍ଷା କେନ୍ଦ୍ର ନିଖୋଜ କ୍ରୁ ମେମ୍ୱରଙ୍କ ଉଦ୍ଧାର କାମରେ ନିୟୋଜିତ ହୋଇଛନ୍ତି।
Naxatra News is now on Whatsapp
Join and get latest news update delivered to you via whatsapp
Join Now