କେନ୍ଦ୍ରମନ୍ତ୍ରୀ ଶୋଭା କରନ୍ଦଲାଜେଙ୍କ ବିରୁଦ୍ଧରେ ପ୍ରୋସିଡିଂକୁ ରଦ୍ଦ କଲେ ମାଡ୍ରାସ ହାଇକୋର୍ଟ। ରାଜ୍ୟ ସରକାରଙ୍କୁ କ୍ଷମା ମାଗିଲା ପରେ ଏଭଳି ପଦକ୍ଷେପ ନେଇଛନ୍ତି ଅଦାଲତ। ରାମେଶ୍ୱର କାଫେ ବିସ୍ଫୋରଣ ମାମଲାରେ ତାମିଲନାଡ଼ୁ ଲୋକଙ୍କ ସଂପୃକ୍ତି ନେଇ ଆକ୍ଷେପ କରି ଶୋଭା ଦେଇଥିଲେ ଆପତ୍ତିଜନକ ମନ୍ତବ୍ୟ। ଏହାକୁ ନେଇ ତାମିଲନାଡ଼ୁ ସରକାର ଶୋଭାଙ୍କ ବିରୁଦ୍ଧରେ ମାମଲା କରିଥିଲେ। କିନ୍ତୁ ତାମିଲନାଡ଼ୁ ସରକାରଙ୍କୁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିବା ପରେ ଶୋଭାଙ୍କ ବିରୁଦ୍ଧରେ ପ୍ରୋସିଡିଂକୁ ବନ୍ଦ କରିଦେଇଛନ୍ତି ଅଦାଲତ। ମାର୍ଚ୍ଚ ୨୦୨୪ରେ ରାମେଶ୍ୱରମ କାଫେରେ ବିସ୍ଫୋରଣ ହୋଇଥିଲା। ତାମିଲନାଡ଼ୁରେ ରହି ତାଲିମ ନେଇ ଆସୁଥିବା ଲୋକେ ଏଠାରେ ବିସ୍ଫୋରଣ କରୁଛନ୍ତି କହି ମନ୍ତବ୍ୟ ଦେଇଥିଲେ ଶୋଭା। ଏହାକୁ ନେଇ ତାମିଲ ଓ କନ୍ନଡ ଲୋକଙ୍କ ଭିତରେ ହିଂସା ଓ ଘୃଣା ସୃଷ୍ଟି କରିବାକୁ ଶୋଭାଙ୍କ ଏଭଳି ମନ୍ତବ୍ୟ ବିରୁଦ୍ଧରେ ମଦୁରାଇର ଜଣେ ବ୍ୟକ୍ତି ଏତଲା କରିଥିଲେ। ସତ୍ୟପାଠରେ ନିଜର ମନ୍ତବ୍ୟ ଲାଗି କ୍ଷମା ମାଗିଥିଲେ ଶୋଭା। କାହାର ଭାବାବେଗକୁ ଆଘାତ ଦେବାକୁ ସେ ଏଭଳି କହିନଥିଲେ। ତାମିଲନାଡ଼ୁବାସୀଙ୍କ ପ୍ରତି ତାଙ୍କର ଗଭୀର ସମ୍ମାନ ଅଛି ବୋଲି କହିଥିଲେ ଶୋଭା।
Naxatra News is now on Whatsapp
Join and get latest news update delivered to you via whatsapp
Join Now