ଭାରତ ବିକାଶର ଗତି ଦେଖି ବିଶ୍ୱ ଚକିତ: ପ୍ରଧାନମନ୍ତ୍ରୀ ମୋଦି

ଋଷ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ନିମନ୍ତ୍ରଣରେ ପ୍ରଧାନମନ୍ତ୍ରୀ ମୋଦି ମସ୍କୋ ଗସ୍ତରେ ଯାଇଛନ୍ତି। ଏହି ଅବସରରେ ସେ ମସ୍କୋରେ ଥିବା ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧନ କରିଛନ୍ତି । ଏହି ସମୟରେ ସେ ଭାରତୀୟ ସମ୍ପ୍ରଦାୟର ପ୍ରେମ ଏବଂ ସ୍ନେହ ପାଇଁ କୃତଜ୍ଞତା ଜଣାଇଥିଲେ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମୁଁ ଏକୁଟିଆ ଆସିନାହିଁ, ମୋ ସହିତ ବହୁତ କିଛି ଆଣିଛି । ମୁଁ ମୋ ସହିତ ଭାରତର ମାଟିର ସୁଗନ୍ଧ ଏବଂ ୧୪୦ କୋଟି ଦେଶବାସୀଙ୍କ ପ୍ରେମ ଆଣିଛି । ଗତ ୧୦ବର୍ଷ ମଧ୍ୟରେ ଭାରତ ବିକାଶର ଗତି ଦେଖି ବିଶ୍ୱ ଚକିତ ହୋଇ ଯାଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି ।

ଏହି ଗସ୍ତରେ ଉଭୟ ନେତାଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ରୁଷିଆ ସେନାରେ କାର୍ଯ୍ୟ କରୁଥିବା ଭାରତୀୟଙ୍କୁ ଦେଶକୁ ପ୍ରତ୍ୟାବର୍ତ୍ତନ ପ୍ରସଙ୍ଗ ଉଠାଇଛନ୍ତି। ଯାହାକୁ ଗ୍ରହଣ କରିବା ପରେ ରାଷ୍ଟ୍ରପତି ପୁଟିନ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରତିଶ୍ରୁତି ଦେଇ କହିଛନ୍ତି, ଭାରତୀୟମାନେ ଶୀଘ୍ର ଦେଶକୁ ଫେରିବେ। ପ୍ରଧାନମନ୍ତ୍ରୀ ମୋଦି ରୁଷିଆରେ ପ୍ରବାସୀ ଭାରତୀୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ ଦେଇ କହିଛନ୍ତି, ୩ୟ ପାଳିରେ ୩ଟି ବଡ଼କାମ କରିବୁ। ଭାରତକୁ ବିଶ୍ବରେ ୩ୟ ଅର୍ଥଶକ୍ତି ଦେଶ କରିବାକୁ ପଡ଼ିବ। ୩ କୋଟି ଘର, ୩ କୋଟି ମହିଳାଙ୍କୁ ଲକ୍ଷପତି ଦିଦି କରାଯିବ। ଭାରତ ଏଭଳି ଏକ ଦେଶ ଯେଉଁ ଲକ୍ଷ୍ୟ ନିଏ, ତାକୁ ପୂରଣ କରିଥାଏ। ଆପଣଙ୍କ ଭଳି ସାଥୀ ଥିଲେ, ଏ ଲକ୍ଷ୍ୟ ବହୁତ ଶୀଘ୍ର ପୂରଣ ହେବ। ବିଦେଶର ଲୋକ ଭାରତ ଗଲେ କହୁଛନ୍ତି ଭାରତ ବଦଳୁଛି। ସବୁ ଚାଷୀ, ମହିଳା, ଯୁବବର୍ଗ ଭାରତକୁ ବିକଶିତ କରିବାକୁ ସଂକଳ୍ପ ନେଇଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *