ଆଇଏଏସ ଦମ୍ପତ୍ତିଙ୍କ ଉପରେ ସରକାରଙ୍କ ଭରସା-ଟିନା ଡାବି ଓ ପ୍ରଦୀପ ଗଓ୍ୱାଣ୍ଡେ

 ରାଜସ୍ଥାନର ବାଡ଼ମେର ଜିଲ୍ଲାର ଜିଲ୍ଲାପାଳ ହେଲେ ଟିନା ଡାବି। ୨୦୧୬ ବ୍ୟାଚର ଟପର୍ ଏହି ମହିଳା ଆଇଏଏସ ପୁଣି ଚର୍ଚ୍ଚାର ଶିରୋନାମାରେ। କେବଳ ଟିନାଙ୍କୁ ନୁହେଁ। ତାଙ୍କ ସ୍ୱାମୀ ଆଇଏଏସ ପ୍ରଦୀପ ଗଓ୍ୱାଣ୍ଡେଙ୍କୁ ବି ଜାଲୋର ଜିଲ୍ଲାର ଜିଲ୍ଲାପାଳ ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର। ଗୁରୁବାର ବିଳମ୍ୱିତ ରାତିରେ ୧୦୮ ଆଇଏଏସ ଅଧିକାରୀଙ୍କ ଅଦଳବଦଳ କରିଛନ୍ତି ରାଜସ୍ଥାନ ସରକାର। ୨୦୨୨ରେ ୨୦୧୩ ବ୍ୟାଚର ଆଇଏଏସ ପ୍ରଦୀପଙ୍କୁ ଦ୍ୱିତୀୟ ବିବାହ କରିଛନ୍ତି ଟିନା। ଏକ ଲାଞ୍ଚ ମାମଲାରେ ପ୍ରଦୀପଙ୍କ ବିରୁଦ୍ଧରେ ଦୁର୍ନୀତି ନିବାରଣ ବିଭାଗ ମାମଲା ରୁଜୁ କରିଥିଲା। ଗଲା ୯ ବର୍ଷରେ ୯ ଥର ବଦଳି ହୋଇଥିଲା। ପ୍ରଦୀପ ଗଓ୍ୱାଣ୍ଡେଙ୍କୁ ସେପ୍ଟେମ୍ୱର ୨୦୨୧ରେ ଆଣ୍ଟି-କରପସନ ବ୍ୟୁରୋ ଦୁଇ ଘଣ୍ଟା ଧରି ଜେରା କରିଥିଲା। ସ୍କିଲ ଡେଭେଲପମେଣ୍ଟ ସ୍କିମ୍ ଅନୁସାରେ ଆଗ କଳାତାଲିକାଭୁକ୍ତ କରିଥିବା ତାଲିମକେନ୍ଦ୍ରକୁ ପୁଣି ବ୍ରୋକରଙ୍କ ଜରିଆରେ ଡିଲ୍ କରି କଳାତାଲିକାରୁ ହଟାଇ ଦିଆଯାଇଥିଲା। ତଦନ୍ତ ପରେ ପ୍ରଦୀପଙ୍କୁ ବଦଳି କରି ଆରକ୍ୟୋଲୋଜିକାଲ ମ୍ୟୁଜିୟମ ବିଭାଗକୁ ବଦଳି କରିଦିଆଯାଇଥିଲା। ନିଜ ଆଇଏଏସ ବ୍ୟାଚର ଦ୍ୱିତୀୟ ଟପ୍ପର ଅତହର ଅମିର ଖାନଙ୍କ ସହ ବିବାହ କରିବା ପରଠୁ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର ଶିରୋନାମା ସାଜିଥିଲେ ଟିନା। ପରେ ଅମିରଙ୍କ ସହ ଟିନାଙ୍କର ଛାଡ଼ପତ୍ର ହୋଇଥିଲା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *