ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ ଇଣ୍ଡିଆ(ଟ୍ରାଇ) ପକ୍ଷରୁ ଓଟିପି ଟ୍ରେସିବିଲିଟି ନିୟମ ଲାଗୁ ହୋଇଛି । ଡିସେମ୍ୱର ୧ରୁ ଏହି ବ୍ୟବସ୍ଥା ଲାଗୁ ହୋଇଛି । ଭାରତରେ ବଢୁଥିବା ସାଇବର ଠକେଇ, ସ୍ପାମ୍ କଲ୍ ଓ ଜାଲ ଏସଏମଏସ ସହ ମୁକାବିଲା କରିବା ପାଇଁ ଏ ନୂଆ ନିୟମ କରାଯାଇଛି । ଏଣିକି ଓଟିପି ସାହାର୍ଯ୍ୟରେ ବ୍ୟାଙ୍କ କାମ ଏବଂ ଆଧାର ଓଟିପି ପାଇବା ସହଜ ହେବ ବୋଲି ବ୍ୟବହାରକାରୀଙ୍କୁ ଟ୍ରାଇ ଆଶ୍ୱସ୍ଥ କରିଛି । ଓଟିପି ଆଧାରିତ ମେସେଜ ଠିକଣା ସମୟରେ ପହଞ୍ଚିବ ଏବଂ ତାକୁ ଟ୍ରାକ କରିବା ସହଜ ହେବ। ବିଏସଏନଏଲ ସମେତ ଜିଓ,ଏୟାରଟେଲ୍, ଭୋଡାଫୋନ ଆଇଡିଆ ଭଳି ଟେଲିକମ ଅପରେଟରଙ୍କୁ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ୱାନ ଟାଇମ ପାସୱାର୍ଡ ମାଧ୍ୟମରେ ହେଉଥିବା ସାଇବର ଠକେଇ ରୋକିବାରେ ଏହା ସହାୟକ ହୋଇ ପାରିବ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now