ଦେଶ ପାଳୁଛି ବିଜୟ ଦିବସ

୧୯୭୧ ମସିହା ଡିସେମ୍ବର ୧୬ ତାରିଖ ।ପ୍ରତି ଭାରତୀୟଙ୍କ ପାଇଁ ଏକ ମହତ୍ତ୍ବପୂର୍ଣ୍ଣ ଦିନ । କାରଣ ଏହି ଦିନ ଭାରତ-ପାକିସ୍ତାନ ଯୁଦ୍ଧରେ ଐତିହାସିକ ବିଜୟ ହାସଲ କରୁଥିଲା । ଡିସେମ୍ବର ୧୬, ୧୯୭୧ ରେ ଉଭୟ ଭାରତ ଏବଂ ବାଂଲାଦେଶ ପାକିସ୍ତାନ ଉପରେ ବିଜୟ ଉତ୍ସବ ପାଳନ କରନ୍ତି ଏବଂ ପ୍ରତିବର୍ଷ ଉଭୟ ଦେଶ ପରସ୍ପରର ଯୁଦ୍ଧ ଭେଟେରାନ ତଥା ସେବାୟତମାନଙ୍କୁ ଏହି ଉତ୍ସବରେ ଭାଗ ନେବାକୁ ଆମନ୍ତ୍ରଣ କରନ୍ତି। ୧୯୭୧ ମସିହାରେ ବାଂଲାଦେଶ ଏକ ସ୍ୱତନ୍ତ୍ର ଦେଶ ଭାବରେ ଗଢି ଉଠିଥିଲା । ବାଂଲାଦେଶକୁ ସ୍ୱତନ୍ତ୍ର ଦେଶ ପାହ୍ୟା ଦେବାରେ ପ୍ରମୁଖ ଭୂମିକା ତୁଲାଇଥିଲା ଭାରତ । ଏହି ବିଜୟ ଦିବସକୁ ପାଳନ କରିବା ପାଇଁ ବାଂଲାଦେଶର ୧୯୭୧ ମୁକ୍ତି ସଂଗ୍ରାମରେ ୮ ଭାରତୀୟ ସେନା ଢାକାରେ ପହଞ୍ଚିଥିଲେ ।ସେହିପରି ବାଂଲାଦେଶ ସେନାର ୮ ଅଦିକାରୀ ଉଭୟ ଦେଶରେ ବିଜୟ ଦିବସ ସମାରୋହରେ ସାମିଲ ହେବା ପାଇଁ କୋଲକାତା ପହଞ୍ଚିଥିଲେ ।ଭାରତୀୟ ଯବାନଙ୍କ ବୀରତ୍ୱର କାହାଣୀ ସର୍ବଦା ଦେଶକୁ ଅନୁପ୍ରାଣିତ କରିଥାଏ । ତେଣୁ ଦେଶ ପାଇଁ ବଳିଦାନ ଦେଇଥିବା ଏହି ବୀର ଶହୀଦଙ୍କ ସ୍ମୃତି ଉଦ୍ଦେଶ୍ୟରେ ଡିସେମ୍ବର ୧୬ ରେ ବିଜୟ ଦିବସ ପାଳନ କରୁଛି ଦେଶ ।

ଡିସେମ୍ବର ୪, ୧୯୭୧ ମସିହାରେ ମାତ୍ର ୧୨୦ ଜଣ ଭାରତୀୟ ଯବାନ ଅଦମ୍ୟ ସାହସର ପରାକାଷ୍ଠା ସହିତ ୨୦୦୦ ପାକିସ୍ତାନୀ ଯବାନଙ୍କୁ ରୋକିବାରେ ସମର୍ଥ ହୋଇଥିଲେ । ରାଜସ୍ଥାନର ଲଙ୍ଗେୱାଲା ଠାରେ ମାତ୍ର ୧୨୦ ଜଣ ଯବାନଙ୍କୁ ନେଇ ପାକିସ୍ତାନର ୨୦୦୦-୩୦୦୦ ସୈନ୍ୟ ଓ ୪୦ଟି ଟ୍ୟାଙ୍କକୁ ହରାଇବାରେ ସମର୍ଥ ହୋଇଥିଲେ ମେଜର କୁଲଦୀପ ସିଂ ଚାନ୍ଦପୁରୀ ।ସୂର୍ୟ୍ୟୋଦୟ ପରେ ଭାରତୀୟ ବାୟୁସେନା ସହାୟତାରେ ପୋଷ୍ଟ ବଞ୍ଚାଇବା ସହିତ ବିଜୟ ହାସଲ କରିଥିଲା ଭାରତ । ଏହି ଯୁଦ୍ଧ ସମୟରେ ଭାରତର ୨ ଜଣ ଯବାନ ଶହୀଦ ହୋଇଥିବା ବେଳେ ପାକିସ୍ତାନର ୨୦୦ ଯବାନ ପ୍ରାଣ ହରାଇଥିଲେ । ଏହା ସହିତ ପାକିସ୍ତାନର ୩୮ଟି ଟ୍ୟାଙ୍କ ନଷ୍ଟ କରି ଦେଇଥିଲେ ଭାରତୀୟ ଯବାନ । ଯୁଦ୍ଧରେ ଅସାଧାରଣ ପରାକ୍ରମ ପାଇଁ ଚାନ୍ଦପୁରୀଙ୍କୁ ମହାବୀର ଚକ୍ର ଏବଂ ଆଲ୍ଫା କମ୍ପାନୀ ୨୩ର ୧୦ ଜଣ ଯବାନଙ୍କୁ ବୀର ଚକ୍ରରେ ସମ୍ମାନିତ କରାଯାଇଥିଲା ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *