ନୀରଜ ଚୋପ୍ରା, ବିରାଟ କୋହଲି ନା ଆଉ କିଏ। କିଏ ତାହାହେଲେ ଭାରତୀୟ ଆଥଲେଟ୍ ମନୁ ଭାକରଙ୍କ ଫେଭୋରାଇଟ୍। ଯାହାଙ୍କ ସହ ଏକ ଘଣ୍ଟା ବିତାଇବାକୁ ଚାହାନ୍ତି ମନୁ। ପ୍ୟାରିସ ଅଲମ୍ପିକ୍ସରେ ଭାରତକୁ ଦୁଇଟି ବ୍ରୋଞ୍ଜ୍ ମେଡାଲ ଦେଇ ଗୌରବାନ୍ୱିତ କରିଥିବା ମନୁ ଭାକର ଚର୍ଚ୍ଚାର ଶିରୋନାମାରେ। ଏକ ମିଡିଆ ଇଣ୍ଟରଭ୍ୟୁରେ ଏହି ଯୁବ ଭାରତୀୟ ସୁଟର ନିଜର ଇଛା ଜାହିର କରିଛନ୍ତି। ସଚିନ ତେନ୍ଦୁଲକରଙ୍କ ବ୍ୟତୀତ ଅନ୍ୟ ୨ଜଣ ଆଥଲେଟଙ୍କ ସହ ସମୟ ବିତାଇବାକୁ ଚାହୁଁଛନ୍ତି ବୋଲି ଇଛା ଜାହିର୍ କରିଛନ୍ତି ମନୁ। ଜାମାଇକାର ଧାବକ ଉସେନ୍ ବୋଲ୍ଟ, ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନି ଓ ବିରାଟ କୋହଲିଙ୍କ ନାଁ ନେଇଛନ୍ତି ମନୁ। ଏ ସବୁ ଆଥଲେଟଙ୍କ ସହ ଘଣ୍ଟାଏ ବିତାଇବା ଅର୍ଥ ବଡ଼ ସମ୍ମାନର କଥା ହେବ ବୋଲି କହିଛନ୍ତି ମନୁ।
Naxatra News is now on Whatsapp
Join and get latest news update delivered to you via whatsapp
Join Now