ଉତ୍ତର ପ୍ରଦେଶର ବହରାଇଚରେ ଗଧିଆ ଆତଙ୍କ

ଉତ୍ତର ପ୍ରଦେଶର ବହରାଇଚରେ ଗଧିଆ ଆତଙ୍କ । ସୋମବାର ରାତି ପ୍ରାୟ ୧୨ଟା ବେଳେ ଏକ ଗଧିଆ ଜଣେ ୫ ବର୍ଷର ଶିଶୁକନ୍ୟାକୁ ଆକ୍ରମଣ କରିଥିଲା। ଶିଶୁଟିକୁ କାମୁଡ଼ି ଆହତ କରିଥିଲା। ଗଧିଆ ଆକ୍ରମଣରେ ଗାଁରେ ପୁଣି ଆତଙ୍କର ବାତାବରଣ ସୃଷ୍ଟି ହୋଇଛି।  ଗଧିଆ ଏଥର ଗ୍ରାମପଞ୍ଚାୟତ ପାଣ୍ଡୋହିଆ ଗିରଧରପୁରୱାରେ ଅନୱାର ଅଲ୍ଲୀଙ୍କ ୫ ବର୍ଷର ଝିଅ ଅଫସାନାଙ୍କୁ ଟାର୍ଗେଟ କରିଛି। ଏହି ଆକ୍ରମଣରେ ନାବାଳିକା ଜଣକ ଆହତ ହୋଇଛନ୍ତି। ଶିଶୁଟିକୁ ଚିକିତ୍ସା ପାଇଁ Sନିଆଯାଇଥିଲା। ବହରାଇଚ ଜିଲ୍ଲାରେ ୯ ଜଣ ଶିଶୁଙ୍କ ସମେତ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ୫ଟି ବନଖଣ୍ଡ ବହରାଇଚ, କଟାର୍ନିଆଘାଟ ବନ୍ୟପ୍ରାଣୀ, ଶ୍ରାବସ୍ତି, ଗୋଣ୍ଡା ଓ ବାରବାଙ୍କିର ପ୍ରାୟ ୨୫ଟି ଟିମ୍ ମନୁଷ୍ୟଭୋଗୀ ଗଧିଆକୁ ଧରିବାରେ ନିୟୋଜିତ ହୋଇଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *