ବିଶ୍ୱ

ରୋହିଙ୍ଗ୍ୟା ସମସ୍ୟାର ସମାଧାନ ଭାରତ ହିଁ ପାରିବ: ହସିନା

ନୂଆଦିଲ୍ଲୀ: ଆସନ୍ତା ୫ ତାରିଖରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସୀନା ଭାରତ ଗସ୍ତରେ ଆସୁଥିବା ବେଳେ  ତା ପୂର୍ବରୁ ଭାରତକୁ ପ୍ରଶଂସାରେ ପୋତି ପକାଇଛନ୍ତି ହସିନା। ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱକୁ ଭୁରିଭୁରି ପ୍ରଶଂସା କରିବା ସହ ଭାରତ ଆମର ପ୍ରକୃତ ବନ୍ଧୁ ବୋଲି କହିଛନ୍ତି ହସିନା। ମହାମାରୀ କୋଭିଡ ସମୟରେ ଭାରତ ବାଂଲାଦେଶକୁ କରିଥିବା ସାହାଯ୍ୟ ଓ ସହଯୋଗ ବଖାଣିଛନ୍ତି।

ଭାରତ ହେଉଛି ବାଲାଂଦେଶର ପ୍ରକୃତ ବନ୍ଧୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱକୁ ତାରିଫ୍ କରିଛନ୍ତି ହସୀନା। ରୁଷ ୟୁକ୍ରେନ ଯୁଦ୍ଧ ସମୟରେ ପୂର୍ବ ୟୁରୋପରେ ଫସିଥିବା ବାଲାଂଦେଶୀ ଛାତ୍ରଙ୍କୁ ଉଦ୍ଧାର କରିବାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପଦକ୍ଷେପକୁ ଭୂୟଶୀ ପ୍ରଶଂସା କରିଛନ୍ତି। ସେହିପରି ମହାମାରୀ ସମୟରେ ଯେତେବେଳେ ଦେଶକୁ ଭ୍ୟାକସିନର ଆବଶ୍ୟକତା ଥିଲା ସେତେବେଳେ ନିଜ ଦେଶବାସୀଙ୍କ ସମେତ ବିଶ୍ୱର ଅନେକ ଦେଶକୁ ଟିକା ଯୋଗାଇଥିଲେ ଭାରତ ସରକାର। କେବଳ ବାଲାଂଦେଶ ନୁହେଁ ଅନେକ ଦେଶକୁ ଟିକା ପଠାଯାଇଥିଲା। ଯାହା ଫଳରେ ବାଲାଂଦେଶରେ ଏବେ ୯୦ ପ୍ରତିଶତ ଲୋକ ଟିକା ନେଇସାରିଛନ୍ତି ବୋଲି କହିଛନ୍ତି ଶେଖ୍ ହସୀନା।

ସେହିଭଳି ୧୯୭୧ ମସିହା ଯୁଦ୍ଧ ସମୟରେ ଭାରତର ଯୋଗଦାନକୁ ଆମେ କେବେ ବି ଭୁଲିବୁନି କହିଥିଲେ ହସୀନା। ଯୁଦ୍ଧ ପରେ ୧୯୭୫ ମସିହାରେ ଯେତେବେଳେ ଆମେ ପୁରା ପରିବାର ଲୋକଙ୍କୁ ହରାଇଥିଲୁ ସେତେବେଳେ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଆମକୁ ଆଶ୍ରୟ ଦେଇଥିଲେ।

ଖାଲି ସେତିକି ନୁହେଁ ରୋହିଙ୍ଗ୍ୟା ପ୍ରବେଶକୁ ନେଇ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି ବାଲାଂଦେଶ ପ୍ରଧାନମନ୍ତ୍ରୀ। ଦେଶ ପାଇଁ ରୋହିଙ୍ଗ୍ୟା ପ୍ରବାସୀ ବଡ ବୋଝ ପାଲଟିଛନ୍ତି। ଏହି ସମସ୍ୟାର ସମାଧାନ କେବଳ ଭାରତ ହିଁ କରିପାରିବ। ଭାରତ ହିଁ ସମସ୍ୟା ସମଧାନର ବାଟ ଖୋଜି ବାହାର କରିପାରିବ। ରୋହିଙ୍ଗ୍ୟା ପ୍ରବାସୀଙ୍କ ପ୍ରତ୍ୟାବର୍ତ୍ତନ ସୁନିଶ୍ଚିତ କରିବା ପାଇଁ ବାଲାଂଦେଶ ସରକାର କ୍ରମାଗତ ଭାବେ ଆନ୍ତର୍ଜାତୀୟ ସମୁଦାୟ ସହିତ କଥାବାର୍ତ୍ତା କରୁଛନ୍ତି। ବାଲାଂଦେଶରେ ଲକ୍ଷ ଲକ୍ଷ ରୋହିଙ୍ଗ୍ୟାଙ୍କ ଉପସ୍ଥିତି ତାଙ୍କ ଶାସନ ପାଇଁ ଆହ୍ୱାନ ସୃଷ୍ଟି କରିଛି।

Related Articles

Leave a Reply

Your email address will not be published.

Back to top button