ଭୁବନେଶ୍ୱର

ରାଜଧାନୀରେ ଡେଙ୍ଗୁ ମୃତ୍ୟୁକୁ ନେଇ ମେୟର ଓ କମିଶନରଙ୍କ ନାଁରେ ଏତଲା ଦେଲା ବିଜେପି

ଭୁବନେଶ୍ୱର : ଡେଙ୍ଗୁ ମୃତ୍ୟୁ ପଛରେ ଉଭୟ ମେୟର ଓ କମିଶନର ଦାୟୀ ଅଭିଯୋଗ ଆଣି କ୍ୟାପିଟାଲ ଥାନାରେ ଏତଲା ଦେଇଛି ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି । ଦୈନିକ ରୋଗୀ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଲୋକଙ୍କର ମୃତ୍ୟୁ ମଧ୍ୟ ହେଉଛି । ଏଥିପାଇଁ ବିଏମସି ଦାୟୀ ବୋଲି ଅଭିଯୋଗ ଆଣି ଥାନାର ଦ୍ୱାରସ୍ଥ ହୋଇଛି ବିଜେପି । ତୁରନ୍ତ ମେୟର ଓ କମିଶନରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବୀ କରିଛି ବିଜେପି ।

ରାଜଧାନୀରେ ଡେଙ୍ଗୁରେ ୨ଟି ମୁଣ୍ଡ ଗଡିଲାଣି ଅଥଚ ସରକାରଙ୍କ ନିଦ ଭାଙ୍ଗୁ ନାହିଁ । ଭୁବନେଶ୍ୱରରେ ଡେଙ୍ଗୁର ଅବସ୍ଥା ଅସମ୍ଭାଳ ହୋଇଥିବାବେଳେ ରାଜ୍ୟ ସରକାର ନିଜର ଅପାରଗତାକୁ ଘୋଡାଇବା ପାଇଁ ତଥ୍ୟ ଲୁଚାଉଛନ୍ତି । ଡେଙ୍ଗୁ ଜନିତ ମୃତ୍ୟୁକୁ ଅସ୍ୱୀକାର କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଡେଙ୍ଗୁ ମୃତ୍ୟୁକୁ ନମାନିବା ସରକାରଙ୍କ ଅସହାୟତାକୁ ପ୍ରକାଶ କରୁଛି । ଗତବର୍ଷ ମଶା ଉପଦ୍ରବ ସମୟରେ ବିଏମସି ମଶା ମାରିବା ପାଇଁ “ଡ୍ରୋନ ସ୍ପ୍ରେ ଯୋଜନା”ର ମିଡିଆ ଇଭେଣ୍ଟ କରିଥିଲା । ଚଳିତବର୍ଷ ସେ ଡ୍ରୋନ ସ୍ପ୍ରେ କୁଆଡେ ଗଲା ବୋଲି ବିଜେପି ପ୍ରଶ୍ନ କରିଛି ।

ତେଣୁ ଭାରତୀୟ ଜନତା ପାର୍ଟି ଭୁବନେଶ୍ୱର ମେୟର ଓ କମିଶନରଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରି ତାଙ୍କ ବିରୁଦ୍ଧରେ ୩୦୨ ଦଫା ଲଗାଇ ତୁରନ୍ତ ଗିରଫ କରାଯାଉ ବୋଲି ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ସଭାପତି ବାବୁ ସିଂ ଦାବି କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ପ୍ରବକ୍ତା ଦିଲ୍ଲୀପ ମହାନ୍ତି , ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ .ଦିଲ୍ଲୀପ ବେହେରା, ପ୍ରଶାନ୍ତ କୁମାର ମହାନ୍ତି, ରାଜେନ୍ଦ୍ର ଦାସ, ସ୍ୱଂୟସେବକ ରାୟ, ସୋୟମ୍ଭୁ ପଟ୍ଟନାୟକ, ଅମରଜ୍ୟୋତି ଜଗଦ୍ଦେବ, ନିର୍ମଳ ପଣ୍ଡା, ଆଲୋକ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।

Related Articles

Leave a Reply

Your email address will not be published.

Back to top button