ରାଜନୀତି

ଧର୍ମନିରପେକ୍ଷ ଦଳ ଗୁଡିକ ଭିତରେ ହିନ୍ଦୁରାଷ୍ଟ୍ରର ଏଜେଣ୍ଡା ଜୋର୍ ଧରିଲା 

କାଠମାଣ୍ଡୁ : ନେପାଳରେ ଧର୍ମ ନିରପେକ୍ଷ ଦଳ ଗୁଡିକ ଭିତରେ ହିନ୍ଦୁ ରାଷ୍ଟ୍ର ପ୍ରସଙ୍ଗ ଜୋର୍ ଧରିଛି । ଏହି ଦଳ ଗୁଡିକରେ ହିନ୍ଦୁ ରାଷ୍ଟ୍ର ପ୍ରସଙ୍ଗ ଉଠଇବା ବାଲା ଏବେ ସାମ୍ନାକୁ ଆସବାରେ ଲାଗିଛନ୍ତି । ହିନ୍ଦୁ ରାଷ୍ଟ୍ର ସମର୍ଥକଙ୍କ ଗତିବିଧି ମଧ୍ୟ ବଢିବାରେ ଲାଗିଛି । ଏହି ପ୍ରସଙ୍ଗ ନେପାଳ କମ୍ୟୁନିଷ୍ଟ ପାର୍ଟି -ୟୁମାଓବାଦୀ କେନ୍ଦ୍ରରେ ମଧ୍ୟ ପ୍ରବେଶ କରିସାରିଛି । ଯିଏକି ନେପାଳରେ ହିନ୍ଦୁ ରାଜ୍ୟକୁ ଶେଷ କରିବା ପରେ ଧର୍ମନିରପେକ୍ଷ ସମ୍ବିଧାନ ଲେଖିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ମାଓବାଦୀ ନେତା ରାମ କୁମାର ଶର୍ମା ଓ ଇନ୍ଦୁ ଶର୍ମା ହିନ୍ଦୁରାଷ୍ଟ୍ର ଏବଂ ଧର୍ମନିରପେକ୍ଷ ରାଷ୍ଟ୍ର ପ୍ରସଙ୍ଗ ଉପରେ ଜନମତ ସଂଗ୍ରହ କରିବାକୁ ଦାବି କରିଛନ୍ତି ।

ଶର୍ମା ୧୬ ମଇରେ ମାଓବାଦୀ ଅଧ୍ୟକ୍ଷ ପ୍ରଚଣ୍ଡଙ୍କୁ ହସ୍ତାନ୍ତର କରିଥିବା ୧୮ ସୂତ୍ରୀ ଜ୍ଞାପନରେ ଜନମତ ସଂଗ୍ରହର ପ୍ରସଙ୍ଗ ଉଠାଇଥିଲେ । ନେପାଳର ସବୁଠୁ ବଡ କମ୍ୟୁନିଷ୍ଟ ପାର୍ଟି ସିପିଏନ-ୟୁଏମଏଲର କିଛି ନେତା ହିନ୍ଦୁ ରାଷ୍ଟ୍ରର ପକ୍ଷ ନେଇଛନ୍ତି । ଅଧ୍ୟକ୍ଷ କେ.ପି. ଶର୍ମା ଓଲିଙ୍କ ନିକଟତର ନେତା ମହେଶ ବାସନେତ ଏହି ପ୍ରସଙ୍ଗ ଉଠାଇଥିଲେ । 

Related Articles

Leave a Reply

Your email address will not be published.

Back to top button