Malkangiri

ଜିଓ ନେଟୱର୍କ ସ୍ଥାପିତ ହେଲା ବଡଡୁରାଲ ଗ୍ରାମ ପଞ୍ଚାୟତ ରେ ପଞ୍ଚାୟତ ବାସି ଧନ୍ୟବାଦ ଦେଲେ ମାନ୍ୟବର ସାଂସଦଙ୍କୁ

ମାଲକାନଗିରି : ମାଲକାନଗିରି ଜିଲ୍ଲା ଖଇରିପୁଟ୍ ବ୍ଲକ ଅନ୍ତର୍ଗତ ବଡଡୁରାଲ ଗ୍ରାମ ପଞ୍ଚାୟତ ରେ ଦୀର୍ଘ ଦସନ୍ଦି ଧରି କୌଣସି ନେଟୱର୍କ ସୁବିଧା ନଥିଲା । ପୂର୍ବରୁ ଏହି ଅଞ୍ଚଳ ନକ୍ସଲ ପ୍ରବଣ ଥିଲା । ବଡଡୁ ରାଲ ଗ୍ରାମ ପଞ୍ଚାୟତ ଅଞ୍ଚଳ ବାସୀ ନବରଙ୍ଗପୁର ସାଂସଦ ଙ୍କୁ ମୋବାଇଲ ଟାୱାର ପାଇଁ ଲିଖିତ ଅଭିଯୋଗ ପରେ ମାନ୍ୟବର ନବରଙ୍ଗପୁର ସାଂସଦ ଶ୍ରୀ ରମେଶ ଚନ୍ଦ୍ର ମାଝୀ ମାଲକାନଗିରି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ମୋବାଇଲ ଟାୱାର ପାଇଁ କେନ୍ଦ୍ର ଟେଲିକମ୍ ମନ୍ତ୍ରୀ ଅଶ୍ୱନି ବୈଷ୍ଣବ ଙ୍କୁ ଲିଖିତ ଆକାରରେ ଜଣାଇଥିଲେ!ସେଥି ମଧ୍ୟରୁ ବଡଡୁରାଲ ଗ୍ରାମ ପଞ୍ଚାୟତ ର ନାମ ଉଲ୍ଲେଖ ଥିଲା । ଆଜି ମାନ୍ୟବର ନବରଙ୍ଗପୁର ସାଂସଦ ଙ୍କ ପାଇଁ ଜିଓ ଟାୱାର ନିର୍ମାଣ ହୋଇ ଆଜି ଶୁଭ ଉଦଘାଟିତ ହୋଇ ମୋବାଇଲ ଟାୱାର ପରିଚାଳିତ ହୋଇଛି । ଗ୍ରାମ ପଞ୍ଚାୟତ ବାସିଙ୍କ ତରଫରୁ ସରପଞ୍ଚ ଭିକାରୀ କିର୍ଶାନୀ ମାନ୍ୟବର ନବରଙ୍ଗପୁର ସାଂସଦ ଶ୍ରୀ ରମେଶ ଚନ୍ଦ୍ର ମାଝୀ ଙ୍କୁ ଧନ୍ୟବାଦ ଦେବା ସହ ସରପଞ୍ଚ ସାଂସଦ ଙ୍କ ନିର୍ଦ୍ଦେଶ କ୍ରମେ ନଡ଼ିଆ ବାଡେଇ ମୋବାଇଲ ଟାୱାର ଶୁଭ ଉଦ୍ଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମ ରେ ସରପଞ୍ଚ ଙ୍କ ସହ ସମିତି ସଭ୍ୟ ଚୈତନ କିର୍ଶାନୀ ,ଗ୍ରାମ ମୁଖିଆ ଭିକାରୀ ପାଙ୍ଗି ,ସୋନୁ ପାଙ୍ଗି ଓ କୃଷ୍ଣ କ୍ରିଷାଣୀ ପ୍ରମୁଖ ଙ୍କ ସ୍ଥାନୀୟ ଅଞ୍ଚଳର ଜନ ସାଧାରଣ ଉପସ୍ଥିତ ଥିଲେ ।

Related Articles

Leave a Reply

Your email address will not be published.

Back to top button