ଅଲିଭ୍ ରଡିଲଙ୍କ ଦ୍ୱିତୀୟ ଗଣ ଅଣ୍ତାଦାନ

ୠଷିକୁଲ୍ୟା ମୁହାଣରେ ପୁଣିଥରେ ଗଣ ଅଣ୍ତାଦାନ କରିଛନ୍ତି ବିରଳ ପ୍ରଜାତି ଅଲିଭ୍ ରେଡଲେ କଇଁଛ। ତେବେ ଚଳିତ ବର୍ଷ  ପ୍ରଥମ ପର୍ଯ୍ୟାୟର ଗଣ ଅଣ୍ତାଦାନ ରେକ୍ରଡ ସଂଖ୍ୟକ ହୋଇଥିବା ବେଳେ ପୁଣି ଥରେ ୨୧ ତାରିଖରୁ ଦ୍ୱିତୀୟ ପର୍ଯ୍ୟାୟ ଅଣ୍ତାଦାନ ଆରମ୍ଭ ହୋଇଛି । ଏହି ତିନି ଦିନ ମଧ୍ୟରେ ୧ ଲକ୍ଷ ୨୦ ହଜାର ୩୧ଟି କଇଁଛ ଗଣ ଅଣ୍ତାଦାନ ଦେଇ ଫେରିଥିବା ବନ ବିଭାଗ ପକ୍ଷରୁ ସୂଚନା ମଳିଛି । ତେବେ ପ୍ରଥମ ପର୍ଯ୍ୟାୟରେ ୠଷିକୁଲ୍ୟା ମୁହାଣରେ ୮ ଦିନ ରେ ପ୍ରାୟ ୬ ଲକ୍ଷ ୯୮ ହଜାର ୭୧୮ କଇଁଛ  ଆସି ଗଣ ଅଣ୍ତାଦାନ ପ୍ରକିୟାରେ ସାମିଲ ହୋଇଥିଲେ  ଯାହା ଏକ ରେର୍କଡ ସୃଷ୍ଟି କରିଛି। ବନବିଭାଗ ପାଇଁ ଆଣିଦେଇଛି ଖୁସିର ଖବର । ଦୀର୍ଘ ବର୍ଷ ର ବ୍ୟବଧାନରେ ପୁଣି ଥରେ ୠଷିକୁଲ୍ୟା ମୁହାଣରେ ଦ୍ୱିତୀୟ ଥର ପାଇଁ ଏହି ଅଣ୍ତାଦାନ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି  ହଜାର ହଜାର ଅଲିଭ୍ ରଡିଲ କଇଁଛ। ତେବେ  ବ୍ରହ୍ମପୁର ବନ ବିଭାଗର ରିପୋର୍ଟ  ଅନୁଯାୟୀ ମାର୍ଚ୍ଚ ୨୧ ତାରିଖ ଦିନ ୩୮ ହଜାର ୭୭୯ ଟି କଇଁଛ । ୨୨ ତାରିଖରେ ୩୯ ହଜାର ୫୨୧ କଇଁଛ  ୨୩ ତାରିଖରେ ୪୧ ହଜାର ୭୩୧ ଟି କଇଁଛ ଅଣ୍ତାଦାନ କରିଛନ୍ତି । ତିନି ଦିନ ମଧ୍ୟରେ ୧ ଲକ୍ଷ ୨୦ ହଜାର ୩୧ଟି କଇଁଛ ଗଣ ଅଣ୍ତାଦାନ କରିଛନ୍ତି । ଅଣ୍ତାଦାନ କରିବା ପରେ  ପୁଣି ଭୋରରୁ ସମୁଦ୍ରକୁ ଚାଲିଯାଉଥିବା ଦେଖିବାକୁ ମଳିଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *