ପୁଣି ଦୋଷୀ ସାବ୍ୟସ୍ତ ହେଲେ ଆଇଏଏସ ବିନୋଦ କୁମାର। ଦୁର୍ନୀତି ମାମଲାରେ ORHDCର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ବିନୋଦ କୁମାରଙ୍କୁ ସଜା। ଏକ ଦୁର୍ନୀତି ମାମଲାରେ ଭିଜିଲାନ୍ସ କୋର୍ଟର ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଥିଲେ ବିନୋଦ କୁମାର। ଦୋଷୀ ସାବ୍ୟସ୍ତ ହୋଇଥିବା ବିନୋଦ କୁମାର, ରାଜ୍ୟ ସଂଯୋଜକ ପୂର୍ଣ୍ଣ ଚନ୍ଦ୍ର ଦାସ ଏବଂ ସୁବାଷ ଚନ୍ଦ୍ର ପଣ୍ଡାଙ୍କୁ ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଦଣ୍ଡାଦେଶ ଶୁଣାଇଛନ୍ତି। 3 ବର୍ଷ ପାଇଁ କଠୋର କାରାଦଣ୍ଡ ଏବଂ 25,000 ଟଙ୍କା ଜରିମାନା ଦେବାକୁ ରାୟ ଦେଇଛନ୍ତି। ବେଆଇନ ମଞ୍ଜୁରୀ ଏବଂ ସୁରକ୍ଷା ବିନା ନକଲି ଦଲିଲ ଆଧାରରେ ଋଣ ବିତରଣ ମାମଲାରେ ଅଯଥା ସରକାରୀ ଅନୁକମ୍ପା ଦେଖାଇଥିବା ଅଭିଯୋଗ ଥିଲା। ବିନୋଦ କୁମାର, ଅନ୍ୟ ବ୍ୟକ୍ତିଙ୍କ ସହ ମିଶି ଅପରାଧିକ ଷଡଯନ୍ତ୍ର କରି ଦୁର୍ନୀତି କରିଥିବା ସହ ଜଡିତ ଏହା ହେଉଛି ଦଶମ ଦୋଷ।
Naxatra News is now on Whatsapp
Join and get latest news update delivered to you via whatsapp
Join Now