ଏବେବି ଚାଲିଛି ରାଜା ଶାସନ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଅଧିନସ୍ଥ ଧାମରା ମେରାଇନ ଥାନା ଜୟଦୁର୍ଗପାଟଣା ଗ୍ରାମରେ ଜମିକୁ ଜବରଦଖଲ କରିବାକୁ ନେଇ ନିଜକୁ କନିକା ରାଜାଙ୍କ ଗୁମାସ୍ତାର ପରିଚୟ ଦେଇ ଭାଗଚାଷୀଙ୍କୁ ମାରି ଦେଇଥିବା ଅଭିଯୋଗ ହୋଇଛି । କନିକା ରାଜ ପରିବାରର ଏକ ଜମିକୁ ଜୟଦୁର୍ଗପାଟଣା ଗ୍ରାମର ସମ୍ପୃକ୍ତ ଭାଗଚାଷୀ ଅମର ମାଈତି ଦୀର୍ଘ ବର୍ଷ ହେବ ଚାଷ କରି ନିଜର ଜୀବିକା ନିର୍ବାହ କରି ଆସୁଥିଲା । ସେହି ଜମିରେ ମାଟି ପକାଉଥିବା ବେଳେ ଧାମରା ଗ୍ରାମର କିଛି ଯୁବକ ନିଜକୁ କନିକା ରାଜାଙ୍କ ଗୁମାସ୍ତା କହି ଅମର ମାଈତିକୁ ସଂଘବଧ ଭାବେ ଆକ୍ରମଣ କରିଥିଲେ । ଅମର ମାଈତିଙ୍କ ପରିବାର ଲୋକେ ପ୍ରଥମେ ଧାମରା ପରେ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତରିତ କରୁଥିବା ବେଳେ ତାଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ଏନେଇ ଅମରଙ୍କ ସାନ ଭାଇ ଧାମରା ମେରାଇନ ଥାନାରେ ଏକ ଲିଖିତ ଅଭିଯୋଗ କରିବା ସହିତ ଶବକୁ ରାସ୍ତା ଉପରେ ରଖି ଅଭିଯୁକ୍ତ ମାନଙ୍କ ଉପରେ ଦୃଢ଼ କାର୍ଯ୍ୟନୁଷ୍ଠାନ ନେବାକୁ ଦାବି କରିଛନ୍ତି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now