ଆଜି ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମର୍ମୁ । ଗୋଟାଏରେ ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ ରାଷ୍ଟ୍ରପତି । ସେଠାରୁ ହେଲିକପ୍ଟର ଯୋଗେ ନୟାଗଡ଼ ଅଭିମୁଖେ ଯିବେ । ନୟାଗଡ଼ର କାଳିଆପଲ୍ଲୀରେ ବିଶ୍ୱାବସୁ ସମ୍ପ୍ରଦାୟର ଯଜ୍ଞରେ ଯୋଗଦେବେ । ଏହାସହ କଣ୍ଟିଲୋ ନୀଳମାଧବ ମନ୍ଦିର ଦର୍ଶନ କରିବେ ରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ନୟାଗଡ଼ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ନୟାଗଡ଼ ଜିଲ୍ଲାପାଳ ସମସ୍ତ ବିଭାଗର ଉଚ୍ଚ ଅଧିକାରୀଙ୍କୁ ନେଇ ସମୀକ୍ଷା କରିଛନ୍ତି । ନୟାଗଡ଼ ଜିଲ୍ଲାକୁ ରାଷ୍ଟ୍ରପତିଙ୍କର ଏହା ପ୍ରଥମ ଗସ୍ତ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଖୁବ୍ ଉତ୍ସାହ ପରିଲକ୍ଷିତ ହୋଇଛି । ରାଷ୍ଟ୍ରପତି ସନ୍ଧ୍ୟା ୬ଟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚି ରାଜଭବନ ଅଭିମୁଖେ ଯିବେ । ପରେ ସେଠାରେ ରାତ୍ରିଯାପନ କରିବେ। ମଙ୍ଗଳବାର ସକାଳ ୯ଟାରେ ଦିଲ୍ଲୀ ଅଭିମୁଖେ ଫେରିଯିବେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ବିମାନ ବନ୍ଦରରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ, ଅତିରିକ୍ତ କମିଶନର ନରସିଂହ ଭୋଳ ଓ ଡିସିପି ଜଗମୋହନ ମିନା ।

Naxatra News is now on Whatsapp
Join and get latest news update delivered to you via whatsapp
Join Now