କଟକ: କଟକ ଗସ୍ତରେ ୫ଟି ସଚିବ ଭି କେ ପାଣ୍ଡିଆନ । କଟକ ଏସସିବି ବଡ଼ ମେଡ଼ିକାଲ, ତାଳଦଣ୍ଡା କେନାଲର କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କରିଛନ୍ତି ୫-ଟି ସଚିବ। ମେଡ଼ିକାଲକୁ ଏମ୍ସ ପ୍ଲସ କରିବା ପାଇଁ ଚାଲିଥିବା କାର୍ଯ୍ୟର ସମୀକ୍ଷା ପରେ ତାଳଦଣ୍ଡା କେନାଲର ସୌନ୍ଦର୍ଯ୍ୟକରଣ କାର୍ଯ୍ୟକୁ ବୁଲି ଦେଖିଛନ୍ତି ସଚିବ।
ଜାତୀୟ ରାଜପଥ ପାର୍ଶ୍ବବର୍ତ୍ତୀ ତାଳଦଣ୍ଡା କେନାଲର ସୌନ୍ଦର୍ଯ୍ୟକରଣ କାର୍ଯ୍ୟକୁ ଆହୁରି ତ୍ୱରାନ୍ବିତ କରିବାକୁ ପାଣ୍ଡିଆନ ଦେଇଛନ୍ତି ନିର୍ଦେଶ । କେନାଲରେ ଅଲିଆ ଆବର୍ଜନା ନ ପକାଇବାକୁ ନିଆଯିବ ପଦକ୍ଷେପ । ଏଥିସହ କେନାଲ ଇତିହାସ ସମ୍ବନ୍ଧରେ ଏକ ଲେଖା ପ୍ରବେଶ ପଥ ନିକଟରେ ଦେଖଣାହାରୀଙ୍କ ଉଦେଶ୍ୟରେ ଲଗାଯିବା ସହିତ ସମସ୍ତ କାର୍ଯ୍ୟ ଯେପରି ଠିକ ସମୟରେ ସରିବ ସେ ନେଇ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ତାଗିଦ କରିଛନ୍ତି 5T ସଚିବ ।
ଏହି ଗସ୍ତ କାଳରେ କଟକ ଜିଲ୍ଲାପାଳ, କଟକ ଡିସିପି, ସିଡିଏର ଚେୟାରମ୍ୟାନ, ସିଏମସି କମିଶନରଙ୍କ ସହିତ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।

Naxatra News is now on Whatsapp
Join and get latest news update delivered to you via whatsapp
Join Now