
ବିଶ୍ୱ ପ୍ରସିଦ୍ଧ ଘୋଷ ଯାତ୍ରା ଲାଗି ପୁରୀ ସର୍କିଟ ହାଉସ ଠାରେ ଆଜି ଏକ ଗୁରୁତ୍ବପୂର୍ଣ ବୈଠକ ଅନୁଷ୍ଠିତ ହୋଇଛି। ଏଥର ଭକ୍ତଙ୍କ ଗହଣରେ ଗଡିବ ରଥ। ବୈଠକରେ୧୬ରୁ ଅଧିକ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ପାନୀୟ ଜଳ, ରାସ୍ତାଘାଟ, ନିରବିଚ୍ଛିନ୍ନ ବିଦ୍ୟୁତ୍ ସେବା, ଗମନାଗମନ ଏବଂ ରଥ ଯାତ୍ରା ନୀତି ଶୃଙ୍ଖଳିତ ଭାବେ କରିବା ଦିଗରେ ଆଲୋଚନା କରଛନ୍ତି। ଅଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ସବୁ ବିଭାଗ ନିଜ ଆକ୍ସନ ପ୍ଲାନ୍ ପ୍ରଦାନ କରିଛନ୍ତି। ଖୁବଶୀଘ୍ର ଆଉ ଏକ ଉଚ୍ଚସ୍ତରୀୟ ବୈଠକ ହେବା ନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ। ବିଶ୍ୱ ପ୍ରସିଦ୍ଧ ଘୋଷ ଯାତ୍ରା ଲାଗି ଦୀର୍ଘ ୨ ବର୍ଷ ପରେ ଆଜି ବସିଥିଲା ପ୍ରଥମ ସମନ୍ୱୟ ବୈଠକ।