ରାଜ୍ୟରେ କିଛିଦିନ ହେଲା ପାରଦ ଉପରମୁହାଁ ରହିଛି । ଅସହ୍ୟ ହେଉଛି ଗ୍ରୀଷ୍ମ ଲହରୀ । ଏଭଳି ସ୍ଥିତି ଦେଖି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ରବିବାର ଏକ ବଡ ସୂଚନା ଦେଇଛନ୍ତି । ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଚି ରେ ରଖି ଖୁବ ଶୀଘ୍ର ସକାଳୁଆ ସ୍କୁଲ ହେବ ବୋଲି ଗଣଶିକ୍ଷା ମନ୍ତ୍ରୀ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷେ ଆସନ୍ତା ୩ ଦିନ ପାଇଁ ରଜ୍ୟରେ ହିଟୱେବ ୱାଣ୍ଣଂ ଜାରି କରିଛି ପାଣିପାଗ ବିଭାଗ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟି ରଖି ୩ ଜିଲ୍ଲାକୁ ରେଡ ୱାଣ୍ଣଂ ଜାରି କରାଯାଇଛି ତଥା ଝାରସୁଗୁଡା, କଳାହାଣ୍ତି ଓ ସମ୍ବଲପୁରକୁ ଏହିସବୁ ଜିଲ୍ଲାକୁ ରେଡ ୱାଣ୍ଣଂ ଜାରି କରାଯାଇଛି । ୩ ଦିନ ପର୍ଯ୍ୟନ୍ତ ତାତିରୁ ତ୍ରାହି ମିଳିବ ନାହିଁ ବୋଲି କହିଛନ୍ତି ପାଣିପାଗ ବିଭାଗ ।

Naxatra News is now on Whatsapp
Join and get latest news update delivered to you via whatsapp
Join Now