ଖାଡା ଉପାସରେ ପ୍ରଭୁ ଶ୍ରୀଲିଙ୍ଗରାଜ। ଗତକାଲି ସନ୍ଧ୍ୟା ଧୂପ ପରଠାରୁ ଉପାସରେ ଅଛନ୍ତି ପ୍ରଭୁ ଲିଙ୍ଗରାଜ। ବଡୁ ଓ ପୂଜାପଣ୍ଡା ନିଯୋଗର ସେବା ବିବାଦକୁ ନେଇ ନୀତି ସମ୍ପୂର୍ଣ୍ଣ ବିଭ୍ରାଟ ହୋଇଛି। ଗତ ୫ ବର୍ଷ ହେବ ଏପରି ଅଚଳାବସ୍ଥା ଲାଗି ରହିଛି। ପ୍ରତିବର୍ଷ ଶିବ ପବିତ୍ରାରୋପଣର ଦିନକ ପୂର୍ବେରୁ ନୀତି ବନ୍ଦ ହୋଇଯାଉଛି। ଏଥିରେ ରୋକ୍ ଲଗାଇବା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ଚେଷ୍ଟା କରାଯାଇଥିଲା। ମନ୍ଦିର କାର୍ୟ୍ୟାଳୟ ପକ୍ଷରୁ ସହକାରୀ ଦେବୋତ୍ତର କମିଶନରଙ୍କଠାରେ ଏକ ଅନ୍ତରୀଣ ଆବେଦନ କରାଯାଇଥିଲା। ହେଲେ ଏବେ ହଠାତ୍ ଏପରି ଅଚଳାବସ୍ଥା ଦେଖିବାକୁ ମିଳିଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now