ଗଭୀର ପାଣିରେ ବୁଡି ଯୁବକ ନିଖୋଜ , ଖୋଜୁଛି ଅଗ୍ନିଶମ ବିଭାଗ କର୍ମଚାରୀ

Spread the love

ଗଭୀର ପାଣିରେ ଯୁବକ ନିଖୋଜ । ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ ବିଭାଗ କର୍ମଚାରୀ । ଖୋର୍ଦ୍ଧା ସଦର ଥାନା ତାପଙ୍ଗ ବଡ ସାଉଁଳି କଳିଙ୍ଗ ମୁଣ୍ଡିଆ କୁ ସାଙ୍ଗ ମାନଙ୍କ ସହିତ ବୁଲିବାକୁ ଆସିଥିବା ବେଳେ ଘଟିଛି ଅଘଟଣ । ସୁଚନା ଅନୁଯାୟୀ ଆଜି କିଛି ଜଣ ଯୁବକ ସାଙ୍ଗ ହୋଇ ବୁଲିବାକୁ ଆସିଥିଲେ । ସେଠାରେ ଗାଧୋଇବା  ବେଳେ ଦୁଇ ଜଣ ଯୁବକ ଗଭୀର ପାଣି ରେ ଖସି ଯାଇଥିଲେ। ସାଙ୍ଗରେ ଯାଇଥିବା ଅନ୍ୟ ଯୁବକ ମାନେ ଜଣକୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ ।  ତେବେ ଅନ୍ୟ ଜଣକୁ ଉଦ୍ଧାର କରି ପାରି ନଥିଲେ । ପାଣିରେ ବୁଡ଼ିଥିବା ଯୁବକକୁ ଉଦ୍ଧାର କରିବାକୁ ସ୍ଥାନୀୟ ଲୋକଙ୍କ ଜରିଆରେ ଖବର ଦେବା ପରେ ସେଠାରେ ଅଗ୍ନିଶମ ବିଭାଗ ପୋଲିସ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛନ୍ତି। ନିଖୋଜ ଯୁବକର ପରିଚୟ ମିଳିପାରିନାହିଁ ।

Leave a Reply

Your email address will not be published. Required fields are marked *