ଛତୁଆ ଖାଇ ଦୁଇ ଶିଶୁ କନ୍ୟା ମୃତ୍ୟୁ

ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକ୍ ରାମଗିରି ଥାନା ନିକଟ ଡେମାକୁଟି ସାହିରେ ଅଘଟଣ । ଛତୁଆ ଖାଇ ଦୁଇ ଶିଶୁ କନ୍ୟାଙ୍କ ମୃତ୍ୟୁ ଘଟିଛି। ଏଥିସହ ବାପା ଓ ଝିଅ ଗୁରୁତର ଅସୁସ୍ଥ ହୋଇଛନ୍ତି । ମୃତକ ହେଲେ ତୁଳସୀ ବଡ଼ମୁଣ୍ଡି (୫) ଓ ଗୁଣବତୀ ବଡ଼ମୁଣ୍ଡି (୩)। ଗୁରୁତର ବାପା ଅର୍ଜୁନ ବଡ଼ମୁଣ୍ଡି (୫୫) ଓ ବଡ଼ ଝିଅ ସୁମିତ୍ରା (୧୨)ଙ୍କୁ ପ୍ରଥମେ ରାମଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା । ଫଳରେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଉଛି । ଅର୍ଜୁନ ବଡ଼ମୁଣ୍ଡିଙ୍କ ସାନ ଝିଅର ମୃତ୍ୟୁ ଘଟିଥିବା ବେଳେ ବଡ଼ ଝିଅର ଅବସ୍ଥା ସଙ୍କଟାପନ୍ନ ରହିଛି । ଗତ ରବିବାର ଦିନ ମଧ୍ୟାହ୍ନରେ ଶିବ ଶଙ୍କରଙ୍କ ପରିବାର ଲୋକେ ଛତୁଆ କୁ ଉଷୁମ କରି ଖାଇଥିଲେ । କିଛି ସମୟ ପରେ ସମସ୍ତେ ଅସୁସ୍ଥ ହୋଇ ପଡ଼ିଥିଲେ । ରାମଗିରି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଶିବ ଶଙ୍କରଙ୍କ ଶିଶୁ କନ୍ୟା ତୁଳସୀର ମୃତ୍ୟୁ ଘଟିଥିଲା । ଅନ୍ୟ ତିନି ଜଣଙ୍କୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *