ଚଳିତ ବର୍ଷରେ ଧାନ ମଣ୍ତି ଖୋଲିବା ନେଇ ରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ ବ୍ଳକର ପ୍ରତ୍ୟେକ ପଞ୍ଚାୟତରେ ଚାଷି ସଚେତନତା ଶିବିର ଅନୁଷ୍ଠିତ ହୋଇଛି । ସେହିକ୍ରମରେ ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଳକ ଅଧିନସ୍ତ କରଚୁଲି ପଞ୍ଚାୟତର ସେବା ସମବାୟ ସମିତିରେ ପ୍ରସ୍ତୁତି ବୈଠକ ଅନୁଷ୍ଟିତ ହୋଇ ଯାଇଛି। ଏଥିରେ ସମିତି ସଭ୍ୟ ଏବଂ ସୋସାଇଟି ସଭାପତି, ସମ୍ପାଦକ ଉପସ୍ଥିତ ରହି ଲୋକଙ୍କୁ ସଚେତନ କରାଇଥିଲେ । ବିଭିନ୍ନ ଗାଁରୁ ଆସିଥିବା ସମସ୍ତ ଧାନ ଚାଷି ଉପସ୍ଥିତ ରହିଥିଲେ। ଚାଷି କିପରି ଉତ୍ପାଦିତ ଫସଲକୁ ମଣ୍ତିରେ ବିକି ଏମଏସପି ଅନୁଯାୟୀ ପ୍ରାପ୍ୟ ପାଇବେ ସେ ନେଇ ଆଲୋଚନା କରାଯାଇଛି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now