ଧ୍ୱଂସ ମୁଖରୁ ବର୍ତିଲା ଆସ୍ଥା ଓ ବିଶ୍ୱାସର ପର୍ଯ୍ୟଟନ ସ୍ଥଳୀ ପାପକ୍ଷୟ

Spread the love

ସୁବର୍ଣ୍ଣପୁର : ଗତକାଲି ବିନିକାର ଐତିହାସିକ ପର୍ଯ୍ୟଟନସ୍ଥଳୀ ପାପକ୍ଷୟ ପରିସରର ବିଭିନ୍ନ ସ୍ଥାନରେ ଏବଂ ପରିସର ଭିତରେ ଥିବା ବହୁ ପୁରାତନ ବରଗଛ କୋରଡ ମାନଙ୍କରେ ନିଆଁ ଲାଗି ହୁତୁହୁତୁ ହୋଇ ଜଳୁଥିବା ସାଧାରଣ ଲୋକେ ଦେଖିବାକୁ ପାଇଥିଲେ । ଖବର ପ୍ରଚାରିତ ହେବା ପରେ ପର୍ଯ୍ୟଟନ ସ୍ଥଳୀରେ ଲୋକଙ୍କ ନାହିଁନଥିବା ଭିଡ ଜମି ଥିଲା । ନିକଟ ପାପକ୍ଷୟ ଘାଟରୁ ଲୋକେ ପାଣି ସଂଗ୍ରହ କରି ଲିଭାଇବାକୁ ଚେଷ୍ଟା କରିଥିଲେ । ପରେ ଖବର ପାଇ ବିନିକା ତହସିଲଦାର ମୁକ୍ତେଶ୍ୱର ପାଣିଗ୍ରାହୀ, ଅଗ୍ନିଶମ ବିଭାଗ କର୍ମଚାରୀ ପହଂଚି ନିଆଁକୁ ଆୟତ କରିବାରେ ସଫଳ ହୋଇଥିଲେ । ଫଳରେ ଅଂଚଳବାସୀଙ୍କ ଆସ୍ଥା, ବିଶ୍ୱାସ ଓ ଭାବାବେଗ ସହ ଜଡ଼ିତ ଏବଂ ପର୍ଯ୍ୟଟକଙ୍କ ପାଇଁ ଆକୃଷ୍ଟ ଏହି ଐତିହାସିକ ପୀଠ ଧ୍ୱଂସ ମୁଖରୁ ବର୍ତି ଯାଇଛି । କେଉଁ ଦୁର୍ବୃତଙ୍କ ଦ୍ୱାରା ଏହି କାମ ହୋଇଛି ସ୍ଥାନୀୟ ପ୍ରଶାସନ ତା ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜନସାଧାରଣରେ ଦାବି ହେଉଛି ।

Leave a Reply

Your email address will not be published. Required fields are marked *