ପାରାଦୀପ ବନ୍ଦରରେ ଥିବା ଜାହାଜ ଏମଭି ଜେଡଏଚଇ ଏଚଆଇକୁ ପାରାଦୀପ ମେରାଇନ ପୋଲିସ ଗିରଫ କରିଛି। ଜାହାଜ ଅକ୍ତିଆରକୁ ନେବାକୁ ମାନ୍ୟବର ଉଚ୍ଚ ନ୍ୟାୟାଳୟରୁ ନିର୍ଦ୍ଦେଶ ଆସିବା ପରେ ଏହା କରାଯାଇଥିବା ଥାନା ଅଧୀକାରିଣୀ ବବିତା ଦେହୁରୀ ପ୍ରକାଶ କରିଛନ୍ତି। ଲୋ ସଲଫର ମ୍ୟାରୀନ୍ ଗ୍ୟାସ ଅଏଲ କାରବାର ବିବାଦ ଯୋଗୁ ଏଭଳି ହୋଇଥିବା ଜଣାପଡିଛି। ନ୍ୟାୟାଳୟରେ ଆବେଦନକାରୀ ସଂସ୍ଥା ସ୍କାଣ୍ଡି ଟ୍ରେନିଂ ଲିମିଟେଡକୁ ଜାହାଜ ମାଲିକ ୯୯ ଲକ୍ଷ୍ୟ ୮୧ହଜାର ୫୫୩ଟଙ୍କା ନଦେବାରୁ ସେ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ। ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ଥିବା ଜାହାଜ କୁ ଗିରଫ କରାଯାଇଥିବା ବେଳେ ନ୍ୟାୟାଳୟର ଅନାଦେଶ ପର୍ଯ୍ୟନ୍ତ ଜାହାଜଟି ପାରାଦୀପ ଛାଡି ଯାଇ ପାରିବ ନାହିଁ ବୋଲି କୁହାଯାଉଛି। ଏହା ପୂର୍ବରୁ ବନ୍ଦର ମଧ୍ୟରେ ଏମଭି ଦେବୀ ଜାହାଜକୁ କୋକେନ ଆଣିଥିବା ମାମଲାରେ ଗିରଫ କରାଯାଇଥିଲା।

Naxatra News is now on Whatsapp
Join and get latest news update delivered to you via whatsapp
Join Now