ଯାଜପୁର ପୂଣ୍ୟତୋୟା ବୈତରଣୀ ତଟରେ ଥିବା ଶ୍ରୀ ଶ୍ରୀ ଯଜ୍ଞ ବରାହ ଦେବଙ୍କ ବକୁଳ ଅମାବାସ୍ୟା ଅବସରରେ ସ୍ୱନକ୍ଷତ୍ର ଦିବସ ମହାସମାରୋହରେ ପାଳିତ ହୋଇଛି । ପ୍ରଭୁଙ୍କ ମହାସ୍ନାନ, ପୂଜା ହୋମ, ବିଷ୍ଣୁ ସହସ୍ର ନାମ, ଗୀତା ପାଠ ଓ ସଂକୀର୍ତ୍ତନ ନାମଯଜ୍ଞ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ ଶହଶହ ସଂଖ୍ୟକ ଶ୍ରଦ୍ଧାଳୁ ମାନେ ବରାହ ଜୀଉଙ୍କ ଦର୍ଶନ କରିବା ସହିତ ପୂଜାର୍ଘ୍ୟ ବାଢ଼ିଛନ୍ତି । ପାରମ୍ପରିକ ରୀତିନୀତି ଅନୁସାରେ ଯଜ୍ଞ ବରାହଙ୍କୁ ପୂଜା କରାଯିବା ସହିତ ମନ୍ଦିର ଉପରେ ଧ୍ୱଜାରୋପଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ନାମ ସଂକୀର୍ତନ ଅନୁଷ୍ଠିତ ହୋଇଛି । ଏହି ବକୁଳ ଅମାବାସ୍ୟା ଉପଲକ୍ଷେ ବକୁଳ କଢ଼ି ଠାକୁରଙ୍କୁ ପୂଜା କରି ଭକ୍ତ ମାନଙ୍କୁ ପ୍ରଦାନ କରାଯାଇଛି । ଏହି ଅବସରରେ ଭକ୍ତ ମାନଙ୍କୁ ପ୍ରସାଦ ବଣ୍ଟନ କରାଯାଇଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now