ବରିଷ୍ଠ ଆଇପିଏସ ସ୍ତରରେ ହୋଇଛି ବଡ଼ ଧରଣର ଅଦଳ ବଦଳ

ବରିଷ୍ଠ ଆଇପିଏସ ସ୍ତରରେ ହୋଇଛି ବଡ଼ ଧରଣର ଅଦଳ ବଦଳ। ଆଜି ଆଇପିଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ ଭିତରେ ସବୁଠୁ ଅଧିକ ଚର୍ଚ୍ଚା ସାଉଁଟିଛି ଆଇପିଏସ ଅରୁଣ ବୋଥ୍ରାଙ୍କ ବଦଳି।

ପରିବହନ କମିଶନର ଥିବା ୧୯୯୬ ବ୍ୟାଚ୍‌ର ଆଇପିଏସ୍ ଅରୁଣ ବୋଥ୍ରା ପୁଣି ଥରେ କ୍ରାଇମବ୍ରାଞ୍ଚକୁ କମ୍‌ବ୍ୟାକ୍‌ କରିଛନ୍ତି। ଏହାସହ ଚର୍ଚ୍ଚାକୁ ଆସିଛି ଅରୁଣ ବୋଥ୍ରାଙ୍କ ଟ୍ରାକ୍‌ ରେକର୍ଡ। ୨୦୧୫ ମସିହାରେ ବହୁଚର୍ଚ୍ଚିତ ସାରଥୀ ବାବାଙ୍କୁ ଗିରଫ କରି ଚର୍ଚ୍ଚାକୁ ଆସିଥିଲେ ଅରୁଣ ବୋଥ୍ରା। ୨୦୧୮ ମସିହାରେ ପାଟଣାଗଡ଼ ପାର୍ସଲ ବୋମା ଘଟଣାର ପର୍ଦ୍ଦାଫାଶ କଲେ ଏହି ଟପ୍ ଅଫିସର। ଆଇଜି ଭାବେ କ୍ରାଇମବ୍ରରାଞ୍ଚ ତଦନ୍ତକାରୀ ଟିମ୍‌ର ମଙ୍ଗ ଧରିଥିଲେ ବୋଥ୍ରା। ୨୦୨୦ ମସିହାରେ ନୟାଗଡ଼ ପରୀ ହତ୍ୟା ମାମଲାରେ କିଛି ପ୍ରମାଣ ମିଳୁନଥିବା ବେଳେ ବେଥ୍ରୋଙ୍କ ନେତୃତ୍ୱରେ ତଦନ୍ତ ଆରମ୍ଭ କରିଥିଲା ଏସଆଇଟି। କେଇ ଦିନ ଭିତରେ ଧରାପଡ଼ିଲା ଅଭିଯୁକ୍ତ। ହେଲେ ତଦନ୍ତ ଶୈଳୀକୁ ନେଇ ବୋଥ୍ରାଙ୍କ ଉପରେ ଅସନ୍ତୋଷ ଜାହିର କରିଥିଲେ ବିରୋଧୀ ଦଳ।

କେବଳ ପୋଲିସ ୟୁନିଫର୍ମରେ ନୁହେଁ, କ୍ରୁଟ ଓ ଓଏସଆରଟିସିର ସିଏମ୍‌ଡି ଭାବେ ବସ୍ ଚଳାଚଳ କ୍ଷେତ୍ରରେ ସଂସ୍କାର ଆଣି ଚର୍ଚ୍ଚା ସାଉଁଟିଛନ୍ତି ଆଇପିଏସ୍‌ ଅରୁଣ। ହେଲେ ପରୀ ଘଟଣାରେ ବିବାଦ ବଢ଼ିବା ପରେ ତାଙ୍କୁ ବଦଳି କରାଯାଇଥିଲା। ବର୍ତ୍ତମାନ ପୁଣି ଥରେ ସେ କ୍ରାଇମବ୍ରାଞ୍ଚକୁ କମ୍‌ବ୍ୟାକ୍‌ କରିଛନ୍ତି ।

ଆଜିର ଅଦଳ ବଦଳରେ ଟ୍ୱିନ ସିଟିର ତିନି ଡିସିପି ବି ବଦଳିଛନ୍ତି। ଭୁବନେଶ୍ୱର ଡିସିପି ଥିବା ଉମାଶଙ୍କର ଦାଶଙ୍କୁ ଟ୍ୱିନସିଟିର ଅତିରିକ୍ତ ପୋଲିସ କମିଶନର ଦାୟିତ୍ୱ ମିଳିଛି। କଟକ ଡିସିପି ପ୍ରତୀକ ସିଂ ହୋଇଛନ୍ତି ଭୁବନେଶ୍ୱରର ନୂଆ ଡିସିପି। ଟ୍ୱିନସିଟିର ଟ୍ରାଫିକ ଡିସିପି ଏସ ସୁଶ୍ରୀ ନବରଙ୍ଗପୁରର ଏସ୍‌ପି ଦାୟିତ୍ୱ ପାଛନ୍ତି।ଆପିଏସ ସ୍ତରରେ ଅଦଳବଦଳ କିଛି ନୂଆଁ ନୁହେଁ। ହେଲେ ଅଫିସରଙ୍କ ଦକ୍ଷତା ଓ ଦାୟିତ୍ୱବୋଧ ପରିବର୍ତ୍ତନ ସହ ପ୍ରତିଫଳିତ ହୋଇଥାଏ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *