ଭିଜିଲାନ୍ସ ଜାଲରେ ଆର୍‌ଡି ସହକାରୀ ଯନ୍ତ୍ରୀ

ଯାଜପୁର:ଆର୍‌ଡି ଜେଇ ଭୀମସେନ ମହାରଣା ଭିଜିଲାନ୍ସ ଦ୍ୱାରା ଗିରଫ ହେବା ଘଟଣା। ଆର୍. ଡି. ବିଭାଗର କୁଆଖିଆ ସେକ୍ସନ ଅଫିସ ଓ ଭୁବନେଶ୍ୱର ଘର ସମେତ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚାଲିଛି ଚଢ଼ାଉ। ଏବେ ଗିରଫ ଜେ.ଇ.ଙ୍କ ଆୟ ବହିର୍ଭୁତ ସମ୍ପତି ଉପରେ ଭିଜିଲାନ୍ସର। ଭୁବନେଶ୍ୱର ସଦର ବାଲିଅନ୍ତା ଥାନା ବେଣ୍ଟପୁର ଗାଁରେ ଭୀମସେନଙ୍କ ଘର। ଗତକାଲି ସନ୍ଧ୍ୟାରେ କଟକ ଟାଙ୍ଗୀ ସ୍ଥିତ ଟୋଲ ପ୍ଲାଜା ନିକଟରୁ ଭିଜିଲାନ୍ସ ହାତରେ ରଙ୍ଗେହାତ ଧରାପଡିଥିଲେ ଭୀମସେନ। ଜଣେ ଠିକାଦାରଙ୍କ ଠାରୁ ୨ଲକ୍ଷ ୩ହଜାର ୯୪୦ଟଙ୍କା ଲାଞ୍ଚ ଗ୍ରହଣ କରୁଥିଲେ। ଲାଞ୍ଚଟଙ୍କା ଜବତ ହେବା ସହିତ ଜାରକା ଡିଭିଜନ ଅଧୀନ କୁଆଖିଆ ସେକ୍ସନର ଆର.ଡି. ଜେ.ଇ. ଭୀମସେନ ମହାରଣାଙ୍କୁ ଭିଜିଲାନ୍ସ ଟିମ୍ ଗିରଫ କରିଥିଲା। ଗିରଫ ପରେ ତାଙ୍କୁ ଜେରା କରାଯାଇଥିଲା। ରାତିରେ କୁଆଖିଆ ସେକ୍ସନ ଅଫିସ ଉପରେ ଭିଜିଲାନ୍ସ ଟିମ୍ କରିଥିଲା ଚଢ଼ାଉ। ବିଭିନ୍ନ ବିଲ, କାର୍ଯ୍ୟାଦେଶ ଓ ଟେଣ୍ଡର ଆଦି ସମସ୍ତ କାଗଜପତ୍ର ଯାଞ୍ଚ କରାଯାଇଥିଲା। ଭିଜିଲାନ୍ସ ଟିମ୍ ଦ୍ଵାରା ଭୁବନେଶ୍ୱର ସ୍ଥିତ ଘର ଉପରେ ଚଢ଼ାଉ ଜାରି ରହିଥିବା ସୂଚନା ମିଳିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *