ଭଦ୍ରକର ପ୍ରସିଦ୍ଧ ପର୍ବ ଶ୍ରୀରାମ ନବମୀ ମହୋତ୍ସବ ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିବାବେଳେ ସମସ୍ତ ଉଚ୍ଚପଦସ୍ଥ ଅଧିକାରୀ ଯୋଗ ଦେଇ ଶାନ୍ତିଶୃଙ୍ଖଳାର ସହ ମହୋତ୍ସବ ପାଳନ ଉପରେ ଗୁରୁତ୍ୱ ଆରୋପ କରାଯାଇଥିଲା। ମହୋତ୍ସବ ପାଳନ ୬ଦିନ ଧରି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିବାବେଳେ ରାମ ନବମୀ ମହାଯଜ୍ଞ ସମିତି ପକ୍ଷରୁ ବିଶେଷ ଆୟୋଜନ କରାଯାଇଛି। ବିଶେଷ କରି ରାମ ନବମୀ ଅବସରରେ ସହରରେ ୮୦ରୁ ଉର୍ଦ୍ଧ୍ବ ମେଢ଼ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବାକୁ ଥିବାବେଳେ,ଆଇନ୍ ଶୃଙ୍ଖଳାକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ସୁରକ୍ଷା ବଳକୁ ନିୟୋଜିତ କରାଯିବା ସହ ସିସିଟିଭି , ଡ୍ରୋନ୍ ବ୍ୟବସ୍ଥା ଉପରେ ଗୁରୁତ୍ବ ଦିଆଯାଇଛି। ବିଶେଷ କରି ଏହି ମହୋତ୍ସବ ସମୟରେ ସାମାଜିକ ଗଣମାଧ୍ୟମରେ କୌଣସି ପ୍ରକାର ଆପତ୍ତିଜନକ ଓ ଧର୍ମୀୟ ଭାବନା କ୍ଷୁର୍ଣ୍ଣ କଲା ଭଳି ଟିପ୍ପଣୀ ପ୍ରଦାନ କଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ।

Naxatra News is now on Whatsapp
Join and get latest news update delivered to you via whatsapp
Join Now