ଭାଲୁ ଆକ୍ରମଣରେ ଯୁବକ ଗୁରୁତର

କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକରେ ଭାଲୁ ଆତଙ୍କ। ଭାଲୁ ଆକ୍ରମଣରେ ଯୁବକ ଗୁରୁତର ହୋଇଛନ୍ତି । କୋକସରା ବ୍ଲକ ଆମପାଣି ଫରେଷ୍ଟ ସେକ୍ସନ ଅଧୀନରେ ଥିବା ସାହାଜଖୋଲ ଜଙ୍ଗଲ ନିକଟସ୍ଥ ସର୍ଗିଗୁଡା ଗାଁର ଚାଷୀ ଡମ୍ୱରୁଧର ମାଝୀ ନିଜ ଚାଷଜମି କୁ ଯାଉଥିବା ବେଳେ ଭାଲୁ ଆକ୍ରମଣର ଶିକାର ହୋଇଥିଲେ। ଗାଁକୁ ୮ଟି ଭାଲୁ ଆସିଥିବା ବେଳେ ୨ ଭାଲୁ ହଠାତ ଆକ୍ରମଣ କରିଥିଲେ। ତେବେ ଯୁବକ ଜଣଙ୍କ କୌଣସି ପ୍ରକାରେ ଭାଲୁ ହାବୁଡ଼ରୁ ଖସି ଆସିବାରୁ ପରିବାର ଲୋକେ ଆମପାଣି ଜଙ୍ଗଲ ବିଭାଗ କର୍ମଚାରୀଙ୍କୁ ଖବର ଦେଇଥିଲେ। ପରେ ଗୁରୁତର ଯୁବକଙ୍କୁ କୋକସରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *