ଓଡ଼ିଶା

ମନଇଛା ହେବନି ଜବରଦଖଲ ଉଚ୍ଛେଦ

ଭୁବନେଶ୍ବର: ଜବରଦଖଲ ଉଚ୍ଛେଦ ପୂର୍ବରୁ ଜାଣିବେ କର୍ପୋରେଟର l ଏଭଳି ନିଷ୍ପତି ଆଜି କର୍ପୋରେସନ ମିଟିଙ୍ଗରେ  ହୋଇଥିବା ବେଳେ, କ୍ଷମତାର ଅପବ୍ୟବହାର ହେବା ନେଇ ସମସ୍ତଙ୍କ ମନରେ ଆଶଙ୍କା l ସେପଟେ ଶାସକ ଦଳର କର୍ପୋରେଟର, ମେୟର ଓ ବିରୋଧୀ ବିଜେପି ଦଳର କର୍ପୋରେଟର ଙ୍କ ମଧ୍ୟରେ ରହୁନି ତାଳମେଳ l କାର୍ଯ୍ୟକ୍ରମ ହାଇଯାକ କରୁଥିବା ଅଭିଯୋଗ ଆଣିଲେ ବିଜେପି କର୍ପୋରେଟର l ଏଭଳି ଅନେକ ପ୍ରସଙ୍ଗକୁ ନେଇ ବିଏମସି ବୈଠକ ହୁଲସ୍ତୁଲ ହୋଇଛି।

ମନଇଚ୍ଛା ହେବନି ଜବରଦଖଲ ଉଚ୍ଛେଦ! ବିଏମସି ଅଞ୍ଚଳରେ ଜବରଦଖଲ ଉଛେଦ ହେବାକୁ ଥିଲେ ଆଗ ଜାଣିବେ ସ୍ଥାନୀୟ କର୍ପୋରେଟର l ଏ ନେଇ ଆଜି କର୍ପୋରେସନ ମିଟିଂରେ କୁଆଡ଼େ ସ୍ଥିର ହୋଇଛି। ତେବେ ଏହି ନିଷ୍ପତ୍ତିରେ ସ୍ୱଚ୍ଛତା ରହିବ ତ..! କ୍ଷମତାର ଅପବ୍ୟବହାର କରିବେନି ତ କର୍ପୋରେଟର..?  କାରଣ ଏମିତିରେ କିଛି କର୍ପୋରଟରଙ୍କ ଜାଣତରେ ଓ ପ୍ରତ୍ୟକ୍ଷ ଇଙ୍ଗିତରେ ଜବରଦଖଲ ବଢୁଛି। ସେମାନେ ହିଁ କରାଉଛନ୍ତି। ସେମାନେ ହିଁ ଗୁଣିଆ ହୋଇ ଝାଡ଼ୁଥିବାର ଅନେକ ଚର୍ଚ୍ଚା ହୁଏ। ଆଉ ଏଥିରେ ଅନେକ ସତ୍ୟତା ଥିବାର ଅନେକ ଘଟଣା ବି ମୂକସାକ୍ଷୀ। ଏତିକିବେଳେ ଆଜି ବିଏମସି ବୈଠକରେ ଆପାତତଃ ଏଭଳି ଜବରଦଖଲକାରୀଙ୍କୁ ପ୍ରୋତ୍ସାହନ ଦେଉଥିବା କିଛି କର୍ପୋରେଟରଙ୍କ ସ୍ୱାର୍ଥ ଆଗରେ ଗୌଣ ହୋଇଯାଇଛି ଯେମିତି ସବୁ ନୀତି ଓ ନୈତିକତା। ଏହାର ଆଭାସ ଦେଇଛନ୍ତି ସ୍ୱାଧୀନ ବିଧାୟକ।

ବିଏମସି କର୍ପୋରେଟରଙ୍କ ମଧ୍ୟରେ ରହୁନି ତାଳମେଳ l ଶାସକ ଓ ବିରୋଧୀ ମଧ୍ୟରେ  ବିଦ୍ରୋହ l ଭିତରେ ଗଣ୍ଡଗୋଳ ବାହାରେ ହଟ୍ଟଗୋଳ l ମେୟର, କମିଶନର,ବିଧାୟକ  ଓ ଅଫିସର ମାନେ କୌଣସି କାର୍ଯ୍ୟରେ ସହଯୋଗ କରୁନଥିବା ଅଭିଯୋଗ ଆଣି ବୈଠକକୁ ବଏକଟ କରିଥିଲେ ବିଜେପି କର୍ପୋରେଟର । ଅନେକ ସମୟ ଧରି ମିଟିଂ ହଲ ରୁ ବାହାରି ବି ଏମ ସି ଅଫିସ ସମ୍ମୁଖରେ ଧାରଣାରେ ବସିଥିଲେ ବିଜେପି କର୍ପୋରେଟର । ପ୍ରୋଗ୍ରାମ ସିଡ୍ୟୁଲ କରି ରାତି ଅଧିଆ ବାତିଲ୍ କରି ୱାର୍ଡବାସୀ ଙ୍କ ସମ୍ମୁଖରେ ବିଜେପି କର୍ପୋରେଟରଙ୍କୁ ଲଜ୍ଜିତ କରାଯାଉଛି। ପାଲଟା ହାରୁ ନେତା ଦାଦାଗିରି ଦେଖାଉଛନ୍ତି। ଆଉ ଏଭଳି ପାତରଅନ୍ତର ନୀତିର ଅଭିଯୋଗକୁ ଖଣ୍ଡନ କରି ସମସ୍ତଙ୍କ ସହଯୋଗରେ କାମ ହେବ ବୋଲି ଚିରାଚରିତ ପ୍ରତିଶୃତି ଦେଇଛନ୍ତି ମେୟର। ବଡ଼ କଥା ହେଲା କର୍ପୋରେଟରଙ୍କ ଅନୁମତି ବିନା ଜବରଦଖଲ ହଟିବନି ବୋଲି ଏମିତି କିଛି ଏଜେଣ୍ଡା ଉପରେ ମୋହର ଲାଗିଛି କି ନା, ପ୍ରଶ୍ନ ପଚାରିବାରୁ ମୁହଁ ବୁଲାଇ ଚାଲିଗଲେ ମେୟର।

ବଡ଼ କଥା ହେଲା କି, ଜବରଦଖଲ ସମସ୍ୟାରେ ଘାଣ୍ଟି ହେଉଛି ରାଜଧାନୀ। ଆଉ ଏପଟେ କିଛି ନ୍ୟସ୍ତସ୍ୱାର୍ଥ କର୍ପୋରେଟରଙ୍କ ସ୍ୱାର୍ଥ ସୁରକ୍ଷା ଲାଗି ସତରେ କଅଣ ଜବରଦଖଲ ସମସ୍ୟା ହଟିବନି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

ସିମ୍ପୁଲ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button