ଯାଜପୁର ଦେଇ ପ୍ରବାହିତ ପୂଣ୍ୟତୋୟା ବୈତରଣୀ ନଦୀରେ ଆଜି ବାରୁଣୀ ସ୍ନାନ ଯୋଗ। ଏଥିପାଇଁ ଯାଜପୁରର ଦଶାଶ୍ୱମେଧ ଘାଟରେ ୫୦ ହଜାରରୁ ଉର୍ଦ୍ଧ୍ୱ ଭକ୍ତ ଓ ଶ୍ରଦ୍ଧାଳୁ ସ୍ନାନ କରିଛନ୍ତି । ତତ୍ ସହିତ ବୈତରଣୀ ନଦୀ କୂଳରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରିଛନ୍ତି ଶ୍ରଦ୍ଧାଳୁ। ପୁରାଣ ପ୍ରସିଦ୍ଧ ଏହି ସ୍ଥାନରେ ବାରୁଣୀ ସ୍ନାନ ପାଇଁ ଜିଲ୍ଳା ତଥା ରାଜ୍ୟ ବାହାରୁ ବହୁ ଭକ୍ତ ସାମିଲ ହୋଇଛନ୍ତି । ଏଥିପାଇଁ ଯାଜପୁର ଜିଲ୍ଲାପ୍ରଶାସନ ଓ ପୌରପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି । ବିଶ୍ୱାସ ରହିଛି ପୂଣ୍ୟତୋୟା ବୈତରଣୀ ଗଙ୍ଗାନଦୀଠାରୁ ୧୨ ବର୍ଷ ବଡ଼। ବାରୁଣୀ ସ୍ନାନ ଯୋଗ ପଡ଼ିଲେ ଏଠାକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଆଗମନ ହୋଇଥାଏ। ତେଣୁ ଆଜି ଏଠାରେ ସ୍ନାନ କରିବା ସହିତ ବୁଡ଼ ପକାଇଛନ୍ତି ୫୦ ହଜାରରୁ ଉର୍ଦ୍ଧ ଶ୍ରଦ୍ଧାଳୁ। ବିଶ୍ୱାସ ରହିଛି ଏହି ଦିନରେ ବୁଡ଼ ପକାଇଲେ କୋଟି ଜନ୍ମର ପାପ କ୍ଷୟ ହୋଇଥାଏ । ଚଳିତ ବର୍ଷ ବାରୁଣୀ ସ୍ନାନ କରିବାକୁ ଜିଲ୍ଲା ତଥା ରାଜ୍ୟ ବାହାରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗଦେଇ ପବିତ୍ର ବୈତରଣୀରେ ବୁଡ଼ ପକାଇବା ପରେ ଘାଟରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରିଛନ୍ତି । ଶାସ୍ତ୍ରୀୟ ମତ ଅନୁସାରେ ବୈତରଣୀରେ ଯୋଗସ୍ନାନ, ପିଣ୍ଡଦାନ ଓ ଗୋଦାନ ପ୍ରଭୃତି କରାଯାଇଥାଏ। ଗଙ୍ଗାନଦୀ ପରି ଏହି ନଦୀରେ ପ୍ରତିବର୍ଷ ଚୈତ୍ର ମାସ ତ୍ରୟୋଦଶୀ ତିଥି ଶତଭିସା ନକ୍ଷତ୍ର ତିଥିରେ ପବିତ୍ର ଯୋଗସ୍ନାନ କରାଯାଏ। ଏହି ଅବସରରେ ଧର୍ମ ଜାଗରଣ ସମନ୍ଵୟ ବିଭାଗ ଓ ଭାଗବତ ପ୍ରଚାର ସମିତି ପକ୍ଷରୁ ସଂକିର୍ତନ କରାଯିବା ସହ ବୈତରଣୀରେ ଆଳତୀ କରାଯାଇଥିଲା ଏଥିପାଇଁ ଶ୍ରଦ୍ଧାଳୁଙ୍କ ସମେତ ଭିଭିନ୍ନ ସାଧୁସନ୍ଥ ମାନଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now