କୋମଣ୍ଡ ପଞ୍ଚାୟତ ମୋହନପୁର ଗ୍ରାମରେ ଅଭାବନୀୟ ଘଟଣା। ବିଷାକ୍ତ ସାପ କାମୁଡାରେ ୫ ବର୍ଷର କୁନି ଝିଅର ମୃତ୍ୟୁ ଘଟିଛି ।ସୂଚନା ମୁତାବକ ମୋହନପୁର ଗ୍ରାମର ସଞ୍ଜୟ ଦାସଙ୍କ ଝିଅ ଶୁଭଶ୍ରୀ ଦାସଙ୍କ ମୃତ୍ୟୁ ଘଟିଛି। ନିଜ ଗୁହାଳ ଘର ନିକଟରେ ଖେଳୁଥିବା ବେଳେ ବିଷାକ୍ତ ସାପ କାମୁଡି ଥିଲା । ତେବେ ଘର ଲୋକ ପିଲାକୁ ସାପ କାମୁଡା କଥା ଜାଣିବା ବିଳମ୍ବ ହେବାରୁ ପିଲାକୁ ବିଳମ୍ବରେ ମେଡିକାଲ ଆଣିଥିଲେ । ଯାହାଫଳରେ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି ପରେ ମୃତ ଘୋଷଣା କରିଥିଲେ ଡାକ୍ତର । ତେବେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି

Naxatra News is now on Whatsapp
Join and get latest news update delivered to you via whatsapp
Join Now