ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ୨୯ ସନ୍ଧ୍ୟାରେ ଫେରିଯିବେ । ସମ୍ୱଲପୁର ଗସ୍ତ ନାହିଁ ବୋଲି ସୂଚନା ଦେଲେ ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର । ୨୯ ତାରିଖ ସକାଳେ ଭୁବନେଶ୍ଵରରେ ରହି ଦିଲ୍ଲୀ ରାଷ୍ଟ୍ରୀୟ ବିଜେପି କାର୍ଯ୍ୟଳୟରେ ହେବାକୁ ଥିବା ବୈଠକରେ ଭିସି ମାଧ୍ୟମରେ ଯୋଗ ଦେବେ । ସେହି ବୈଠକରେ ସବୁ ରାଜ୍ୟର ସଭାପତି, ସଙ୍ଗଠନ ମହାମନ୍ତ୍ରୀ, ପ୍ରଭାରୀ, ସହପ୍ରଭାରୀ ଓ ରାଷ୍ଟ୍ରୀୟ ପଦାଧିକାରୀ ଉପସ୍ଥିତ ରହିବେ । କଳିଙ୍ଗ ଷ୍ଟାଡିୟମରେ ଏକ କାର୍ଯ୍ୟକ୍ରମ ରହିଛି। ଯେଉଁଠି ଦଳର ବିଧାୟକ ଏବଂ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିପାରନ୍ତି ଶାହା।
Naxatra News is now on Whatsapp
Join and get latest news update delivered to you via whatsapp
Join Now