ଏହି ଘଟଣା ଆଠଗଡ ଅଞ୍ଚଳରେ ଅନ୍ଧାର ରାତିରେ ଘଟିଥିଲା । ବାଙ୍କି ଓ ଆଠଗଡ ଅବକାରୀ ବିଭାଗର ଟିମ୍ କଳାପଥରରୁ ନୟାଗଡ ଆଡକୁ ଯାଉଥିବା ପିକଅପ ଭ୍ୟାନକୁ ଗୋଡ଼େଇ ୪୫୫ ଲିଟର ଚୋରା ଦେଶୀ ମଦ ଜବତ କରିବା ସହ ମାମଲା ରୁଜୁ କରିଛି। ପ୍ରଶାସନ ଏହି ଘଟଣାକୁ ଅତି ସଂବେଦନଶୀଳ ଭାବେ ନେଇ ତଦନ୍ତ ଜାରି ରଖିଛି । ମଦ ବୋଝେଇ ଗାଡି ଉପରୁ ମଦ ଭର୍ତ୍ତି ହୋଇଥିବା ଜାରକିନ ଅବକାରୀ ଗାଡି ଉପରକୁ ଫିଙ୍ଗୁଛି ମଦ ମାଫିଆ। ଏ ଦୃଶ୍ୟ ଆପଣଙ୍କୁ ଫିଲ୍ମର ଦୃଶ୍ୟ ଭଳି ଲାଗିପାରେ । କିନ୍ତୁ ଏମିତି ଦୃଶ୍ୟ ବାସ୍ତବ ରୂପ ନେଇଛି ଆଠଗଡ଼ରେ।ଏ ଦୃଶ୍ୟ ଯେକେହି ଦେଖିଲେ ଚକିତ ହେବ । ଆଠଗଡ ଅଞ୍ଚଳରେ ଘଟିଛି ଏଭଳି ଘଟଣା । ଆଠଗଡ ଅଞ୍ଚଳରୁ ମଦ ବୋଝେଇ ହୋଇଥିବା ପିକ୍ଅପ ଭ୍ୟାନଟି ବାଙ୍କି, କଳାପଥର ଦେଇ ନୟାଗଡ ଆଡକୁ ଯାଉଥିବା ବେଳେ ବାଙ୍କି ଅବକାରୀ ବିଭାଗ ଖବରପାଇ ପିଛା କରିଥଲେ। ତେବେ ବାଙ୍କି ଅବକାରୀ ଟିମକୁ ଚକମା ଦେଇ ମଦ ବୋଝେଇ ଗାଡିଟି ପୁଣି ଆଠଗଡ ତିଗିରିଆ ଅଞ୍ଚଳକୁ ଫେରି ଆସିଥିଲା।

Naxatra News is now on Whatsapp
Join and get latest news update delivered to you via whatsapp
Join Now