ଅର୍ଥନୀତିଓଡ଼ିଶାଦୁର୍ନୀତି ଓ କାଣ୍ଡରାଜନୀତିରାଜ୍ୟ

ଅଜଣା ସୂତ୍ରରୁ ବିଜେଡି ପାଇଛି ୨୯୧ କୋଟି

ଭୁବନେଶ୍ୱର : ବିଜୁ ଜନତା ଦଳ ୨୦୨୧-୨୨ ବର୍ଷରେ ଅଜଣା ସୁତ୍ରରୁ ୨୧୯ କୋଟି ଟଙ୍କା ପାଇଛି । ବିଜେଡିର ମୋଟ ଆୟର ଏହା ୯୪ ପ୍ରତିଶତରୁ ଅଧିକ । ଏଡିଆର ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏହି ସୂଚନା ଦିଆଯାଇଛି ।

ଏଡିଆରର ଏହି ରିପୋର୍ଟରେ କୁହା ଯାଇଛି ଯେ ବିଜେଡି ୨୦୨୧-୨୨ ଆର୍ଥକ ବର୍ଷରେ ମୋଟ ୩୦୭ କୋଟି ୨୮ ଲକ୍ଷରୁ ଅଧିକ ଟଙ୍କା ଆୟ କରିଛି । ଏଥି ମଧ୍ୟରୁ ୯୪ ପ୍ରତିଶତ ଅଜଣା ସୂତ୍ରରୁ ଆସିଛି । ଜଣା ସ୍ରୋତରୁ ବିଜେଡି ୧୬ କୋଟି ୧୯ ଲକ୍ଷ ଟଙ୍କା ପାଇଛି ।

Leave a Reply

Your email address will not be published.

Back to top button