ଅଯୋଗ୍ୟ ରାସନ କାର୍ଡ ହାତେଇଥିବା ଅଭିଯୋଗରେ ଦୁଇ ବିରୋଧୀ ଦଳ ପ୍ରତିକ୍ରିୟା

ଅଯୋଗ୍ୟ ରାସନ କାର୍ଡ ହାତେଇଥିବା ଅଭିଯୋଗରେ ଦୁଇ ବିରୋଧୀ ଦଳ ପ୍ରତିକ୍ରିୟା ରଖିଛନ୍ତି । ବିଜେଡି ବିଧାୟକ ପ୍ରଦୀପ ଦିଶାରୀ କହିଛନ୍ତି ଯେଉଁ ହିତାଧିକାରୀ ମାନେ ରାସନ୍ କାର୍ଡ ହାତେଇଥିଲେ ସେମାନେ କେୱାଇସି ଦେଇଥିଲେ । ହେଲେ ଏବେ ଇକେୱାଇସିରେ ସେମାନେ ଅଯୋଗ୍ୟ ବୋଲି ଜଣାପଡିଛି । ତେଣୁ ଅଯୋଗ୍ୟ ହିତାଧୀକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ । କଂଗ୍ରେସ ବିଧାୟକ ରାମଚନ୍ଦ୍ର କାଡ଼ାମ କହିଛନ୍ତି, ପୂର୍ବ ସରକାର ଏବଂ ଏବେକା ସରକାରଙ୍କ ଜାଣତରେ ରାସନ୍ କାର୍ଡ ଦିଆଯାଇଥିଲା । ଏବେ ଇକେୱାଇସି ନାଁରେ ହିତାଧିକାରୀଙ୍କୁ ବାଦ ଦେବାକୁ କହୁଛନ୍ତି । ଇକେୱାଇସି ନାଁରେ ଦୁର୍ବଳ ଶ୍ରେଣୀଙ୍କୁ ଯୋଜନାରୁ ବଞ୍ଚିତ କରିବା ଠିକ୍ ହେଉନି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *