ଆଜି ମୁଣ୍ଡଳିରେ ପହଞ୍ଚିବ ହୀରାକୁଦ ପାଣି

ଆଜି ମୁଣ୍ଡଳିରେ ପହଞ୍ଚିବ ହୀରାକୁଦ ପାଣି । ରବିବାର ୩ଟି ପର୍ୟ୍ୟାୟରେ ହୀରାକୁଦ ଡ୍ୟାମର ୨୦ଟି ଗେଟ୍ ଖୋଲା ହୋଇଥିଲା । ଏହାପରେ ଆଜି ଦିନ ୧୧ଟା ସୁଦ୍ଧା ମୁଣ୍ଡଳିରେ ପହଞ୍ଚିବ ହୀରାକୁଦ ପାଣି । ମହାନଦୀ ଅବବାହିକାରେ ସମ୍ବଲପୁର, ସୋନପୁର, ନୟାଗଡ, ପୁରୀ, କଟକ, କେନ୍ଦ୍ରପଡା ଓ ଜଗତସିଂହପୁର ଆସୁଥିବାରୁ ଏସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଆଲର୍ଟ କରିଛନ୍ତି ଏସଆରସି । ମହାନଦୀକୁ ନଯିବାକୁ ଲୋକଙ୍କୁ ସତର୍କ କରାଯାଇଛି । ଗୃହପାଳିତ ପଶୁଙ୍କୁ ନଦୀ ପାଖକୁ ନଛାଡିବାକୁ କୁହାଯାଇଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *