ଆଜ୍ଞାମାଳ ଆସିବା ପରେ ତିନି ରଥକୁ କରାଯିବ ଦକ୍ଷିଣମୋଡ

ଶ୍ରୀକ୍ଷେତ୍ରରେ ହେରାପଞ୍ଚମୀ ନୀତି ସରିଛି। ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଁଚିବା ପରେ ମହାପ୍ରଭୁଙ୍କ ଦର୍ଶନ ନପାଇବା ଅଭିମାନୀ ମା ମହାଲକ୍ଷ୍ମୀ ଅପମାନ ଓ ରୋଷବହି ନନ୍ଦିଘୋଷ ରଥର କିଛି ଅଂଶ ଭାଙ୍ଗିଛନ୍ତି । ଏହାପରେ ଶ୍ରୀମନ୍ଦିରରୁ ଶୋଭାଯାତ୍ରାରେ ଯାଇଥିବା ବା ନିରାଡ଼ମ୍ବରରେ ଶ୍ରୀମନ୍ଦିରକୁ ଫେରିଛନ୍ତି । ହେରାପଞ୍ଚମୀ ଉପଲକ୍ଷେ ଗୁରୁବାର ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା । ସେପଟେ ହେରାପଞ୍ଚମୀ ନୀତି ସମ୍ପର୍ଣ୍ଣ ହେବାପରେ ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଛି ବାହୁଡା ଯାତ୍ରା ପ୍ରସ୍ତୁତି । ରଥଯାତ୍ରା ଦିନଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଅଟକି ରହିଥିବା ତିନି ରଥକୁ ଆଜି ଦକ୍ଷିଣମୋଡ କରାଯିବ । ମଧ୍ୟାହ୍ନ ସାଢେ ୧୨ଟା ପରେ ମହାପ୍ରଭୁଙ୍କ ଠାରୁ ଆଜ୍ଞାମାଳ ଆସିବା ପରେ ସେବାୟତ ଓ ପୁଲିସ କର୍ମଚାରୀଙ୍କ ସହାୟତାରେ ରଥ ତିନୋଟିକୁ ଦକ୍ଷିଣ କରାଯିବ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ସ୍ବତନ୍ତ୍ର ପ୍ରସ୍ତୂତି କରାଯାଇଛି । ପରମ୍ପରା ଅନୁଯାୟୀ ପ୍ରଥମେ ଦେବୀ ସୁଭଦ୍ରାଙ୍କ ରଥକୁ ଦକ୍ଷିଣମୋଡ଼ କରାଯିବ । ଏହାପରେ ବଡ଼ ଠାକୁରଙ୍କ ତାଳଧ୍ବଜ ଓ ନନ୍ଦିଘୋଷକୁ ମଧ୍ୟ ଦକ୍ଷିଣ ମୋଡ଼ କରାଯିବ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *