ସାରା ରାଜ୍ୟରେ ଦିନ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଅଗ୍ନିବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ସୋମବାର ବୌଦ୍ଧରେ ତାପମାତ୍ରା ସର୍ବାଧିକ ୩୯.୫ ଡିଗ୍ରି ରେକର୍ଡ ପାଇଛି । ସୂଚନା ମୁତାବକ ଆସନ୍ତା ୫ ଦିନ ତାପମାତ୍ରା ୪୦ ଡିଗ୍ରୀ ଠାରୁ ଊର୍ଦ୍ଧ୍ୱରେ ରହିବା ସମ୍ଭାବନା ରହିଛି । ବିଶେଷକରି ୧୩ ରୁ ୧୫ ତାରିଖ ପର୍ଯ୍ୟନ୍ତ ଗୁଳୁଗୁଳି ହେବାର ସମ୍ଭାବନା ରହିଛି । ୧୩ ରୁ ୧୫ ତାରିଖ ପର୍ଯ୍ୟନ୍ତ ସୁବର୍ଣ୍ଣପୁର, ବଲାଙ୍ଗୀର ,କଳାହାଣ୍ତି ଏବଂ ଝାରସୁଗୁଡା ଏହିସବୁ ସବୁ ଜିଲ୍ଳାକୁ ହିଟ୍ ୱେଭ୍ ସମ୍ଭାବନା ଅଛି । ଗୋଟିଏ ରୁ ଦୁଇଟି ସ୍ଥାନରେ ପ୍ରବଳରୁ ପ୍ରବଳ ଗୁଳୁଗୁଳି ହେବାର ସମ୍ଭାବନା ଅଛି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now