ଓଡ଼ିଶା

ଖଟା ହେଲାଣି ଟମାଟୋ, ସେଞ୍ଚୁରୀ ମୁହାଁ ଟମାଟୋ ଦର l

ଖଟା ହେଲାଣି ଟମାଟୋ l ସେଞ୍ଚୁରୀ ମୁହାଁ ଟମାଟୋ ଦର l ବଜାରକୁ ଟମାଟୋ କିଣିବାକୁ ମୁହଁ ଫେରାଉଛନ୍ତି ଗ୍ରାହକ l ଲେମ୍ୱୁ ପରେ ଟମାଟୋ ଦରରେ ଲାଗିଛି ନିଆଁ  । ୩ ଦିନ ପୂର୍ବେ କିଲୋ ପିଛା ୨୫ ଟଙ୍କା ଥିବା ଟମାଟୋ ଦର ଏବେ ପହଁଚିଛି ପାଖାପାଖି ୮୦ଟଙ୍କାରେ । ଏକ ନମ୍ୱର ପରିବା ମାର୍କେଟରେ ଟମାଟୋର ଦର ୬୦ ରୁ ୭୦ ଟଙ୍କା ହୋଇଥିବା ବେଳେ ଖୁଚୁରା ଦୋକାନରେ ୭୦ ରୁ ୮୦  ଟଙ୍କା ପାଖାପାଖି ରହିଛି l ଯାହାକୁ ନେଇ ଚିନ୍ତାରେ ଖାଉଟି l ଟମାଟୋ ଓଡ଼ିଆ ରୋଷଇଶାଳ ରେ ଏତେଟା ଆବଶ୍ୟକ ନଥିଲେ ବି ସ୍ୱାଦ ପାଇଁ ଖୋଜା ପଡେ ଟମାଟୋ l ବଢିବା କଥାକୁ ନେଇ ଭିର୍ନ୍ନ ପ୍ରତିକ୍ରିୟା ରଖିଛନ୍ତି ଖାଉଟି ।

ଯଦି ଏଭଳି ସ୍ଥିତି ଜାରି ରହେ ତେବେ ଆଗାମୀ ୫ଦିନ ମଧ୍ୟରେ ଟମାଟୋ କିଲୋ ପିଛା ୧୦୦ ଟଙ୍କା ପାର କରିପାରେ । ସେପଟେ ୮ରୁ ୧୪ ଦିନ ଭିତରେ ମଧ୍ୟ ଦର ନିୟନ୍ତ୍ରଣର ସମ୍ଭାବନା ରହିଛି ବୋଲି ଜଣାପଡିଛି l  ରାଜଧାନୀ ପାଇଁ ଦୈନିକ ସର୍ବନିମ୍ନ ୨୦ ଟ୍ରକ ଟମାଟୋ ଆବଶ୍ୟକ । କିନ୍ତୁ ଏବେ ମାତ୍ର ୪ଟ୍ରକ ଆସୁଛି । ଟମାଟୋ ପାଇଁ ଓଡ଼ିଶା ମୁଖ୍ୟତଃ କର୍ଣ୍ଣାଟକ, ଛତିଶଗଡ଼ ଓ ମହାରାଷ୍ଟ୍ରର ନାଶିକ ଉପରେ ନିର୍ଭର କରି ଥାଏ । ଏଣେ ଓଡ଼ିଶାର ନିଜସ୍ୱ ଉତ୍ପାଦନ ବି କମି ଯାଇଛି । ଏବେ ଯାହା କେବଳ ଆମ ପାଇଁ ନାଶିକ ଟମାଟୋ ଭରସା । କିନ୍ତୁ ୪ ଗାଡ଼ି ଟମାଟୋ ଆଦୌ ଯଥେଷ୍ଟ ନୁହେଁ । ଏ ସମସ୍ୟା ଆଉ ମାତ୍ର ସପ୍ତାହେ କିମ୍ବା ଦୁଇ ସପ୍ତାହ ଲାଗି ରହିପାରେ ବୋଲି ଜଣାପଡିଛି ।  ଏବେ ଟମାଟୋର ପାଇକାରୀ ଦର କିଲୋ ପ୍ରତି ୫୦ ଟଙ୍କା ରହିଥିବା ବେଳେ । ବେପାରୀ ସୁବିଧା ଅନୁସାରେ ବେପାର କରୁଥିବା ଜଣାପଡିଛି l

କେବଳ ଯେ ଟମାଟୋ ତା ନୁହେଁ ବରଂ ଲେମ୍ୱୁ ସାଙ୍ଗକୁ ଅତ୍ୟାବଶ୍ୟକ ସାମଗ୍ରୀର ଦର ଧୀରେ ଧୀରେ ବଢୁଥିବା ଦେଖିବାକୁ ମିଳିଛି l ଯାହା ସାଧାରଣ ଲେଲାକର ବଜେଟ କୁ ପୁରା ବିଗାଡି ଦେଇଛି ।

Leave a Reply

Your email address will not be published.

Back to top button