ଗଛରୁ ବାହାରୁଛି କ୍ଷୀର , ଚାଲିଛି ପୂଜାର୍ଚ୍ଚନା । ଏଭଳି ଅଲୌକିକ ଘଟଣା ଦେଖିବାକୁ ମିଳିଛି ଜଗତସିଂପୁର ଜିଲ୍ଲା ନାଉଗାଁ ବ୍ଳକ ରଘୁନାଥପୁର ଗ୍ରାମରେ। ଗ୍ରାମ ପାଖରେ ରାସ୍ତା କଡରେ ଥିବା ଛୁରୀଆନା ଗଛରେ ଫୁଲ ଫୁଟି ବାସ୍ନା ମହକ ହେବାରୁ ଏହାକୁ କିଛି ଲୋକ ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ପୂଜାର୍ଚ୍ଚନା କରିଥାନ୍ତି। କିନ୍ତୁ ଗତ ଦୁଇତିନି ଦିନ ହେବ ଲଗାଣ ବର୍ଷା କାରଣରୁ ଏହାକୁ କେହି ପୂଜା କରୁନଥିବା ବେଳେ ଆଜି ସକାଳୁ ଏହି ଗଛରୁ ଅବିରତ କ୍ଷୀର ଝରୁଥିବା ଦେଖିବାକୁ ମିଳିଛି । ଏହି ଗଛରେ ଦୈବୀଶକ୍ତି ଥିବା ଅନୁଭବ କରି ଗ୍ରାମର ଲୋକମାନେ ଏକତ୍ରୀତ ହେବା ସହ ଏବେ ଗଛକୁ ପୂଜାର୍ଚ୍ଚନା କରିବାରେ ଲାଗି ପଡ଼ିଛନ୍ତି। ଏହି ଘଟଣା ପ୍ରଚାରିତ ହେବା ପରେ ସେଠାରେ ଲୋକଙ୍କ ଭିଡ ଜମୁଥିବା ଦେଖିବାକୁ ମିଳିଛି |

Naxatra News is now on Whatsapp
Join and get latest news update delivered to you via whatsapp
Join Now