ଗଣେଶ ପୂଜାରେ କଟକ-ଭୁବନେଶ୍ୱରରେ ଡିଜେ ବନ୍ଦ

ଆସନ୍ତା ସେପ୍ଟେମ୍ୱର ୭ ତାରିଖରେ ପଡ଼ୁଛି ଗଣେଶ ପୂଜା। ଏଥର ଗଣେଶ ପୂଜାରେ କଟକ-ଭୁବନେଶ୍ୱରରେ ଡିଜେ ବନ୍ଦ। ଗଣେଶ ପୂଜା ନେଇ ଆଜି କଟକରେ ଏକ ବୈଠକ ବସିଥିଲା । ଏହା ପରେ ପୁଲିସ କମିଶନର ସଞ୍ଜୀବ ପଣ୍ଡା ଏହି ସୂଚନା ଦେଇଛନ୍ତି । ଏଥର ବିକୃତ ମୂର୍ତ୍ତି ନିର୍ମାଣ ଓ ପୂଜା ନଜରକୁ ଆସିଲେ କାର୍ୟ୍ୟାନୁଷ୍ଠାନ ହେବ । ପୁଷ୍ପାଞ୍ଜଳି ବେଳେ ନିଶାମୁକ୍ତ ଶପଥ କରାଇବେ ପୂଜକ । ଏଭଳି କରିବାକୁ ପ୍ରତି ପୂଜା କମିଟିକୁ ଲିଖିତ ଜଣାଇବେ କମିଶନରେଟ ପୁଲିସ । ସେହିଭଳି ଭସାଣ ଶୋଭାଯାତ୍ରା ପୂର୍ବରୁ ପୁଲିସ ଅନୁମତି ଜରୁରୀ । ଗଣେଶ ପୂଜା ପାଇଁ ଜୋର ଜବରଦସ୍ତ ଚାନ୍ଦା ଆଦାୟକୁ ବାରଣ କରାଯାଇଛି । ଅଧିକ ଭିଡ ନିୟନ୍ତ୍ରଣ ପାଇଁ ଅଧିକ ଫୋର୍ସ ମୁତୟନ ରହିବେ । ତେବେ କଟକରେ ଭସାଣ ୧୫, ୨୨ ଓ ୨୯ ତାରିଖରେ ହେବ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *