ଘର ଉପରକୁ ମାଡିଗଲା ଡମ୍ଫର: ସ୍ୱାମୀ ସ୍ତ୍ରୀ ମୃତ

Spread the love

() ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ଆମ୍ୱଳିଅଠା ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଭାରସାମ୍ୟ ହରାଇ ଘର ଉପରକୁ ମାଡିଗଲା ଚିପ୍ସ ବୋଝେଇ ଡମ୍ଫର। ଘଟଣାସ୍ଥଳରେ ସ୍ୱାମୀ ସ୍ତ୍ରୀଙ୍କ ମୃତ୍ୟୁ। ଅଳ୍ପକେ ବର୍ତ୍ତିଲେ ନାତି ଓ ବହୁ। ମୃତ ଦମ୍ପତ୍ତି କାଶିଡିହା ଗାଁର ସୁଧୀର ଜେନା ଏବଂ ଗୀତାରାଣୀ ଜେନା ହୋଇଥିବା ସୂଚନା। ବିଳମ୍ୱିତ ରାତିରେ ଓଡିଶାରୁ ପଶ୍ଚିମବଙ୍ଗକୁ ଡମ୍ଫରରେ ଚିପ୍ସ ଚୋରା ଚାଲାଣ ହେଉଥିବା ବେଳେ ଡମ୍ଫରଟି ଭାରସାମ୍ୟ ହରାଇ ଘର ଉପରକୁ ମାଡି ଯାଇଥିଲା। ଖବରପାଇ ଜଳେଶ୍ବର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଦୁର୍ଘଟଣା ପରେ ଡ୍ରାଇଭର ଫେରାର ଥିବା ଜଣାପଡ଼ିଛି। ତେବେ ଦୁର୍ଘଟଣା ପରେ କ୍ଷତିପୂରଣ ଦାବିରେ ଉତ୍ତେଜନା ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *