ଦୁଇ ଜଣ ଡ୍ରଗ୍ସ ମାଫିଆଙ୍କୁ ଧରି ପୋଲିସକୁ ଜିମା ଦେଲେ ଗ୍ରାମବାସୀ !

Spread the love

ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଞ୍ଚଳରେ ଦିନକୁ ଦିନ ଧଳାଜ ଜହର କାରବାର ବେଧଡ଼କ ଚାଲିଥିବା ଅଭିଯୋଗ ହୋଇଛି | ବାଲେଶ୍ୱରରୁ ସିଧା ସଳଖ ଧାମନଗର ଅଞ୍ଚଳ ପହଁଛି ବିଭିନ୍ନ ସ୍ଥାନକୁ ସପ୍ଲାଏ ହେଉଥିବା ଦେଖିବାକୁ ମିଳୁଛି | ପୋଲିସ ଓ ଅବକାରୀ ବିଭାଗ ଦେଖଣା ହାରି ସାଜିଛନ୍ତି। ମାସିକିୟା ବଟି ନେଇ ଚୁପ ବସୁଥିବା ଅଭିଯୋଗ ହେଉଛି ପୋଲିସ ଓ ଅବକାରୀ ବିଭାଗର କାମକୁ ସାଧାରଣ ଲୋକେ କରିଥିଲେ ବି ପୋଲିସ କୌଣସି କାର୍ଯ୍ୟନୁଷ୍ଠାନ ନେଉନଥିବା କହିଛନ୍ତି ଅଞ୍ଚଳବାସୀ | ବିଭିନ୍ନ ସମୟରେ ଅସୁରାଳି, କଲ୍ୟାଣି, କୋଠାର, ମଙ୍ଗଳପୁର ଅଞ୍ଚଳରୁ ସାଧାରଣ ଲୋକେ ଡ୍ରଗ୍ସ ମାଫିଆଙ୍କୁ ଧରି ପୋଲିସକୁ ପ୍ରଦାନ କରୁଛନ୍ତି ହେଲେ ଫଳ କିଛି ହେଉନଥିବା ଦେଖିବାକୁ ମିଳୁଛି। ଖାଲି ଡ୍ରଗ୍ସ ନୁହଁ ଏବେ ବିଭିନ୍ନ ପାନ ଦୋକାନ ଠାରୁ ଆରମ୍ଭ କରି ଜଳଖିଆ ଓ ଗ୍ରୋସରି ଦୋକାନରେ ମଧ୍ୟ ଦେଶୀ ଓ ବିଦେଶୀ ମଦ ଆରାମରେ ମିଳିଯାଉଛି। ହେଲେ ପୋଲିସ ଓ ଅବକରି ବିଭାଗର ଦେଖଣା ହାରି ସାଜିଛନ୍ତି
ପୁଣି ଆଜି ଆନନ୍ଦପୁରର ପଞ୍ଚାୟତ ମେଡିକାଲ ନିକଟ, ହର ମହାଦେବ ମନ୍ଦିର, ଝାଡ଼େଶ୍ବର ମନ୍ଦିର, ବୈତରଣୀ ପୋଲ ତଳେ କିଛି ମାସ ହେଲା ଡ୍ରଗ୍ସ କାରବାର ଚାଲୁଥିବାର ଅଭିଯୋଗ ହୋଇ ଆସୁଥିଲା। ଆଜି ଧାମନଗର ଅଞ୍ଚଳର ଜଣେ ଯୁବକ କିଛି ପୁଡ଼ିଆ ଧରି ଆନନ୍ଦପୁରର ହାତିଢିଅ ଛକରେ ବୈତରଣୀ ନଦୀ ସେପଟ ଯାଜପୁର ଜିଲ୍ଲା ହୀରାପୁର ଅଞ୍ଚଳର ଜଣେ ଯୁବକ ଏବଂ ଆନନ୍ଦପୁର ଢିଅସାହିର ଜଣେ ଯୁବକଙ୍କୁ ଦେଉଥିଲା। ସେଠାରେ ଉପସ୍ଥିତ ଥିବା କିଛି ଯୁବକ ଏହାକୁ ସନ୍ଦେହ କରିଥିଲେ। ଯୁବକମାନେ ତା ପାଖକୁ ଯିବାରୁ ହୀରାପୁର ଅଞ୍ଚଳର ଯୁବକଟି ଦଉଡ଼ି ପଳାଇଥିଲା। ଧାମନଗର ଅଞ୍ଚଳର ଡ୍ରଗ୍ସ ବେପାରୀଟି ନିଜ ଲୁନା ଧରି ପଳାଇଲା। ଏହାକୁ ନେଇ ସ୍ଥାନୀୟ ଯୁବକଙ୍କ ମଧ୍ଯରେ ସନ୍ଦେହ ଆହୁରି ବଢ଼ିଥିଲା। ଏଣୁ ଲୁନା ଧରି ଯାଉଥିବା ଧାମନଗର ହବିବନଗରର ଯୁବକ ସେକ୍ ଅବତାରକୁ ଭଣ୍ଡାରିପୋଖରୀ ଥାନା ଅଞ୍ଚଳର ବଲ୍ଲଭିଘାଟ ନିକଟରେ ତାକୁ ଧରି ଆଣିଥିଲେ। ଏତିକିବେଳେ ହୀରାପୁର ଅଞ୍ଚଳର ଚନ୍ଦନ ନାୟକ ହରମହାଦେବ ନିକଟ ଅର୍ଦ୍ଧ ନିର୍ମିତ କଲ୍ଯାଣ ମଣ୍ଡପରେ ଲୁଚି ରହିଥିବା ଜଣାପଡ଼ିଥିଲା। ଦୁହିଁଙ୍କୁ ଧରି ହରମହାଦେବ ମନ୍ଦିର ପାଖରେ ଧରିକି ରଖି ପୋଲିସକୁ ଖବର ଦେଇଥିଲେ। ଧାମନଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକ ଦୁଇ ଜଣଙ୍କୁ ଥାନାକୁ ଆଣି ତଦନ୍ତ ଆରମ୍ଭ କରିଛି |

Leave a Reply

Your email address will not be published. Required fields are marked *