ଧାରଣାରେ ସଫେଇ କର୍ମଚାରୀ

Spread the love

ସଫେଇ କର୍ମଚାରିଙ୍କ ଧାରଣା। ଦେବଗଡ଼ ପୌର ପରିଷଦ ମହାଦୁର୍ନୀତି ନେଇ ଚର୍ଚ୍ଚାରେ ଥିବା ବେଳେ ଆଜି ପୁଣି ପୌର ପରିଷଦରେ କାର୍ଯ୍ୟରତ ଥିବା 80 ରୁ ଉର୍ଦ୍ଧ୍ୱ ସଫେଇ କର୍ମଚାରୀ ସଂଘ ପକ୍ଷରୁ ପୌର ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି। 6 ମାସର ଇପିଏଫ ଅର୍ଥ ଜମା ହୋଇନଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ ସଫେଇ କର୍ମଚାରିମାନେ ଗତ ଜୁଲାଇ ମାସରେ ଆକାଉଣ୍ଟାଣ୍ଟ ବିନୋଦ ନାଗ ଓ ତତ୍ କାଳୀନ ନିର୍ବାହୀ ଅଧିକାରୀ ଆତସୀ ପରିଡାଙ୍କ ବିରୁଦ୍ଧରେ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ଦେବଗଡ଼ ଥାନା ପୁଲିସ ଦଫା 420 ଓ 409 ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ମଧ୍ୟ ଜଣା ପଡିଛି। କିନ୍ତୁ ଏପର୍ଯ୍ୟନ୍ତ ଇପିଏଫ ଅର୍ଥ ଜମା ହୋଇପାରି ନାହିଁ। ଏନେଇ ପୌର ନିର୍ବାହୀ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କଲା ପରେ ମଧ୍ୟ କୌଣସି ସୁଫଳ ନମିଳିବାରୁ ସଫେଇ କର୍ମଚାରୀମାନେ ଧାରଣାରେ ବସିଛନ୍ତି। ଯେପର୍ଯ୍ୟନ୍ତ ଇପିଏଫ ଅର୍ଥ ରାଶି ଜମା ନହୋଇଛି ସେ ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦିଆଯାଇଛି।

Leave a Reply

Your email address will not be published. Required fields are marked *