ନବଦିନାତ୍ମକ ଯାତ୍ରା ସାରି ବଡ଼ ଦେଉଳକୁ ଫେରିଛନ୍ତି ବଡ଼ଠାକୁର

ନବଦିନାତ୍ମକ ଯାତ୍ରା ସାରି ବଡ଼ ଦେଉଳକୁ ଫେରିଛନ୍ତି ବଡ଼ଠାକୁର । ଗୋଟି ପହଣ୍ଡିରେ ରଥରୁ ରତ୍ନବେଦୀକୁ ତିନି ଠାକୁରଙ୍କୁ ନିଆଯାଯାଇଛି। ନିର୍ଦ୍ଧାରିତ ସମୟ ଠାରୁ ବିଳମ୍ବରେ ପହଣ୍ଡି ହୋଇଥିଲା। ଆଉ ଜଗନ୍ନାଥଙ୍କ ପହଣ୍ଡି ବେଳେ ପୁରୀରେ ପ୍ରବଳ ବର୍ଷା ଦେଖିବାକୁ ମିଳିଥିଲା।ଶୁକ୍ରବାର ସନ୍ଧ୍ୟା ଧୂପ ପରେ ଚାରମାଳ ବନ୍ଧାଯାଇ ପହଣ୍ଡି ହୋଇଥିଲା। ପୂର୍ବ ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁସାରେ ସବୁ କାମ ସରିଥିଲା। ଶୃଙ୍ଖଳିତ ଭାବେ ନୀଳାଦ୍ରିବିଜେ କରାଇବାକୁ ସଜାଗ ରହିଥିଲେ ଦଇତାପତି ଓ ଶ୍ରୀମନ୍ଦିରର ପ୍ରଶାସନ। ପ୍ରଥମେ ଚକ୍ରରାଜ ସୁଦର୍ଶନ, ପରେ ଦେବୀ ସୁଭଦ୍ରା ଓ ଶ୍ରୀବଳଭଦ୍ରଙ୍କୁ ଗୋଟି ପହଣ୍ଡିରେ ଶ୍ରୀମନ୍ଦିରକୁ ନିଆଯାଇଥିଲା। ଶେଷରେ ରତ୍ନବେଦୀ ଅଭିମୁଖେ ବାହୁଡ଼ିଥିଲେ ଜଗତର ନାଥ ଜଗନ୍ନାଥ। ହେଲେ ସିଂହଦ୍ୱାର ନିକଟରେ ମହାପ୍ରଭୁଙ୍କ ବାଟ ଓଗାଳିଥିଲେ ମା’ ମହାଲକ୍ଷ୍ମୀ। ରଥଯାତ୍ରାରେ ମା’ଙ୍କୁ ସାଥୀରେ ନେଇ ଯାଇ ନଥିବାରୁ ଅଭିମାନରେ କାଳିଆ ସାଆନ୍ତେଙ୍କୁ ମନ୍ଦିରରେ ପୁରାଇ ଦେଇନଥିଳଲ। ଏହି ସମୟରେ ମା’ଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରିଥିଲେ ଜଗନ୍ନାଥ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *