ଓଡ଼ିଶା

ପାନାସିଆ ଚାରିଟେବୁଲ ଟ୍ରଷ୍ଟର ତ୍ରୟୋଦଶତମ ପ୍ରତିଷ୍ଠା ଦିବସ ସମାରୋହ ଓ ଆନ୍ତଃବିଦ୍ୟାଳୟ ପ୍ରତିଯୋଗିତାର ପୁରସ୍କାର ବିତରଣ ଉତ୍ସବ ଓ କାର୍ଯ୍ୟକ୍ରମ ସହସ୍ରା’

ଭୁବନେଶ୍ୱର : ବୁଧବାର ସନ୍ଧ୍ୟାରେ ଭୁବନେଶ୍ୱର ଜୟଦେବ ଭବନ ପ୍ରେକ୍ଷାଳୟରେ ପାନାସିଆ ଚାରିଟେବୁଲ ଟ୍ରଷ୍ଟର ତ୍ରୟୋଦଶତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ନାରୀ ସଶକ୍ତିକରଣ ଓ ସ୍ୱାଧୀନତା ଉପରେ ପର୍ଯ୍ୟବେସିତ ‘ସହସ୍ରା’ ଶୀର୍ଷକ ଏହି କାର୍ଯ୍ୟକ୍ରମରେ ପାନସିଆର ଅଧ୍ୟକ୍ଷ ଡଃ ବିଶ୍ୱରଞ୍ଜନ ପ୍ରଧାନ ଅଧ୍ୟକ୍ଷତା କରିଥିଲେ । ଏଥିରେ ମୁଖ୍ୟ ଅତିଥି ରୂପେ ଭୁବନେଶ୍ୱର ମହାନଗର ନିଗମର ମେୟର ଶ୍ରୀମତୀ ସୁଲୋଚନା ଦାସ, ମୁଖ୍ୟବକ୍ତା ରୂପେ ବିଶିଷ୍ଟ ସାହିତ୍ୟିକା ପ୍ରତିଭା ମହାରଥୀ ଓ ସମ୍ମାନିତ ଅତିଥି ରୂପେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡ଼ିଶାର ନିର୍ଦ୍ଦେଶକ ଦିଲ୍ଲୀପ କୁମାର ରାଉତରାୟ, ଜଙ୍ଗଲ, ପରିବେଶ ଓ ପାଣିପାଗ ପରିବର୍ତନ ବିଭାଗ, ଓଡ଼ିଶାର ଅତିରିକ୍ତ ସଚିବ ମନୋରଞ୍ଜନ ମହାପାତ୍ର, ଶିଳ୍ପପତି ସମାଜସେବୀ  ଯଜ୍ଞାଶିଷ ମହାପାତ୍ର ଏବଂ କର୍ମଚାରୀ ନେତା ଆଡଭୋକେଟ ପ୍ରଭାତ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଅତିଥିମାନେ ‘ସହସ୍ରା’ ଶୀର୍ଷକରେ ବହୁ ଶିକ୍ଷଣୀୟ ବକ୍ତବ୍ୟ ପ୍ରଦାନ କରିଥିଲେ ଓ ପ୍ରମାଣିତ କରିଥିଲେ ଯେ, ନାରୀ ସର୍ବକ୍ଷମ ତଥା ସହସ୍ରା ଅଟେ । ସୌମ୍ୟପ୍ରିୟର୍ଶୀ ପ୍ରଧାନ ଓ ଡା ପାୟଲ ମହାପାତ୍ର ମଂଚ ଉପସ୍ଥାପନ କରିଥିଲେ । ଓଡ଼ିଆ ଚଳଚ୍ଚିତ୍ର ଜଗତର ପ୍ରଚ୍ଛଦପଟ ଗାୟିକା ଅରୂପା ଦାସ ଏବଂ କୁନି କଣ୍ଠଶିଳ୍ପୀ ପ୍ରତ୍ୟୁଷା ପ୍ରିୟଦର୍ଶିନୀ ଭଜନ ଓ ଚଳଚ୍ଚିତ୍ର ସଙ୍ଗୀତ ପରିବେଷଣ କରିଥିଲେ । ନାରୀ ସଶକ୍ତିକରଣ ଓ ସ୍ୱାଧାନୀତାକୁ ନେଇ ନୃତ୍ୟ କଳାକାରମାନେ ସୁନ୍ଦର ନୃତ୍ୟ ପରିବେଷଣ କରିଥିଲା ବେଳେ ବ୍ରୋଡଓଏ ଡ୍ୟାନ୍ସ ଷ୍ଟୁଡ଼ିଓର କଳାକାରମାନଙ୍କ ଦ୍ୱାରା ବିଭିନ୍ନ ସମବେତ ନୃତ୍ୟ ଉପସ୍ଥିତ ଦର୍ଶକଙ୍କୁ ଆକର୍ଷିତ କରିଥିଲା ।

ଏହି କାର୍ଯ୍ୟକ୍ରମକୁ ପାନାସିଆର ଭାଇସ ଚେୟାରମ୍ୟାନ ଡା ସସ୍ମିତା ରାଉତ ପରିଚାଳନା କରିଥିଲେ ଓ ଏଥିରେ ଅନୁଷ୍ଠାନର ଉପସଭାପତି ଦୀପ୍ତିମୟୀ ମିଶ୍ର, ସମ୍ପାଦିକା ଗୀତାଞ୍ଜଳି ଦାଶ, ସହ ସମ୍ପାଦିକା ଶୃତକୀର୍ତୀ ତ୍ରିପାଠୀ ଓ ସହ ସମ୍ପାଦକ ସନତ କୁମାର ବଟୁ ଏବଂ ଅଞ୍ଜଳି ପ୍ରଧାନ, ଅନୁସ୍ମିତା ସାହୁ, ଡା ଅମୃତା ମହାନ୍ତି, ଡା ତାପସ ପ୍ରଧାନ ସଦସ୍ୟା ସଦସ୍ୟା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ । ଅନୁଷ୍ଠାନ ଦ୍ୱାରା ଚଳିତବର୍ଷ ଜାନୁୟାରୀ ମାସରେ ଅନୁଷ୍ଠିତ ହୋଇଥିବା ଦ୍ୱାଦଶ ରାଜ୍ୟସ୍ତରୀୟ ଆନ୍ତଃବିଦ୍ୟାଳୟ ପ୍ରତିଯୋଗିତାର ୧୦୭ଜଣ ବିଜେତା ଛାତ୍ରଛାତ୍ରୀମାନଙ୍କୁ ପ୍ରମାଣ ପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ମୁଖ୍ୟ ଅତିଥି ଭୁବନେଶ୍ୱର ମହାନଗର ନିଗମର ମେୟର ଶ୍ରୀମତୀ ସୁଲୋଚନା ଦାସ, ମୁଖ୍ୟ ବକ୍ତା ବିଶିଷ୍ଟ ସାହିତ୍ୟିକା ପ୍ରତିଭା ମହାରଥୀ ଏବଂ ଓଡ଼ିଆ ଚଳଚ୍ଚିତ୍ର ଜଗତର ପ୍ରଚ୍ଛଦପଟ ଗାୟିକା ଶ୍ରୀମତୀ ଅରୂପା ଦାସଙ୍କୁ ‘ସହସ୍ରା’ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ଅନୁଷ୍ଠାନର ଭାଇସ୍ ଚେୟାରମ୍ୟାନ ଡା ସସ୍ମିତା ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published.

Back to top button