ଓଡ଼ିଶାପାଣିପାଗ ଓ ପରିବେଶ

ବଙ୍ଗୋପସାଗରରେ ପଡିଛି ବାତ୍ୟାର ମୂଳଦୁଆ, ବାତ୍ୟାର ବେଗ ଓ ଦିଗ ଅସ୍ପଷ୍ଟ

ବଙ୍ଗୋପସାଗରରେ ପଡିଛି ବାତ୍ୟାର ମୂଳଦୁଆ । ଆଇଏମଡିର ସୂଚନା ଅନୁଯାୟୀ ବୁଧବାର ସକାଳୁ ସକାଳୁ ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣବଳୟ ସୃଷ୍ଟି ହୋଇଛି । ଏହା ବାୟୁ ମଣ୍ଡଳର ମଧ୍ୟ ଭାଗକୁ ବ୍ୟାପିଛି । ଏହି ଘୂର୍ଣ୍ଣବଳୟ ପ୍ରଭାବରେ ଆସନ୍ତା ୬ ତାରିଖ ବେଳକୁ ସେହି ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ତେବେ ବାତ୍ୟାର ବେଗ ଓ ଦିଗ କୁ ନେଇ ବର୍ତ୍ତମାନ ସୁଦ୍ଧା କୈଣସି ତଥ୍ୟ ସ୍ୱଷ୍ଟ ହୋଇପାରିନାହିଁ । ସେପଟେ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଆସନ୍ତା ମେ ୮ ତାରିଖ ପର୍ଯ୍ୟନ୍ତ ସର୍ତ୍ତକ ସୂଚନା ଜାରି କରିଛି ପାଣିପାଗ ବିଭାଗ ।ସ୍ପବଙ୍ଗୋପସାଗରରେ ପଡିଛି ବାତ୍ୟାର ମୂଳଦୁଆ । ଆଇଏମଡିର ସୂଚନା ଅନୁଯାୟୀ ବୁଧବାର ସକାଳୁ ସକାଳୁ ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣବଳୟ ସୃଷ୍ଟି ହୋଇଛି । ଏହା ବାୟୁ ମଣ୍ଡଳର ମଧ୍ୟ ଭାଗକୁ ବ୍ୟାପିଛି । ଏହି ଘୂର୍ଣ୍ଣବଳୟ ପ୍ରଭାବରେ ଆସନ୍ତା ୬ ତାରିଖ ବେଳକୁ ସେହି ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ତେବେ ବାତ୍ୟାର ବେଗ ଓ ଦିଗ କୁ ନେଇ ବର୍ତ୍ତମାନ ସୁଦ୍ଧା କୈଣସି ତଥ୍ୟ ସ୍ୱଷ୍ଟ ହୋଇପାରିନାହିଁ । ସେପଟେ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଆସନ୍ତା ମେ ୮ ତାରିଖ ପର୍ଯ୍ୟନ୍ତ ସର୍ତ୍ତକ ସୂଚନା ଜାରି କରିଛି ପାଣିପାଗ ବିଭାଗ ।

ବଢିଲା ବାତ୍ୟା ଭୟ । ସମ୍ଭାବ୍ୟ ବାତ୍ୟାକୁ ନେଇ ଧିରେ ଧିରେ ସ୍ୱଷ୍ଟ ହେବାରେ ଲାଗିଛି ଚିତ୍ର । ବୁଧବାର ବଙ୍ଗୋପସାଗରରେ ପଡିଛି ବାତ୍ୟାର ମୂଳଦୁଆ । ଆଇଏମଡିର ସୂଚନା ଅନୁଯାୟୀ  ବୁଧବାର  ସକାଳ ୫.୩୦ ସମୟରେ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ତାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଛି ଘୁର୍ଣ୍ଣିବଳୟ । ଏହା ବାୟୁମଣ୍ଡଳର ମଧ୍ୟ ଭାଗ ପର୍ଯ୍ୟନ୍ତ ଲମ୍ୱିଛି । ଯାହାକି ଆଗାମି ୨୪ ଘଣ୍ଟା ମଧ୍ୟରେ ଲଘୁଚାପର ରୂପ  ନେବ । ଆଉ ୮ ତାରିଖରେ ଏହା ଅବପାତର ରୁପ ନେଇ ବାତ୍ୟାରେ ପରିଣତ ହେବାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ କେନ୍ଦ୍ର । ସମ୍ଭାବ୍ୟ ବାତ୍ୟା   ମେ  ୫ ତାରିଖରେ ଘଣ୍ଟା ପ୍ରତି ୫୦ କିମି ବେଗରେ ଗତିକରିବ । ମେ  ୮ ବେଳକୁ ଏହାର ବେଗେ ଗଣ୍ଟା ପ୍ରତି ୬୫ କିମିକୁ ବୃଦ୍ଧି ପାଇବ । ସେପଟେ ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ  ରାଜ୍ୟ ସରକାର ସଂପୁର୍ଣ୍ଣ ପ୍ରସ୍ତୁତ । ପ୍ରଭାବିତ ହେବା ନେଇ ଆଶଙ୍କା କରାଯାଉଥିବା ସମସ୍ତ  ଜିଲ୍ଲାର ଜିଲ୍ଲାପାଳଙ୍କୁ  ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ମୁଖ୍ୟ ଶାସନ ସଚିବ ।

ସେପଟେ ୬ ତାରିଖରେ ସୃଷ୍ଟି ହେବାକୁ ଥିବା  ଲଘୁଚାପ ସମୟରେ ସମୁଦ୍ର ରେ ପବନର ବେଗ ୬୦ ରୁ ୭୦ କିମି ପ୍ରତି ଘଣ୍ଟା ରହିବା ସମ୍ଭାବନା ରହିଛି । ୩ ରୁ ୪  ଦିନ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶା ଏବଂ ତାର ପାଶ୍ୱବର୍ତ୍ତୃ ଅଂଚଳରେ କାଳବୈଶାଖୀ ସକ୍ରିୟ ରହିବ। ଫଳରେ ତାପମାତ୍ରାରେ ପ୍ରାୟ ୨ରୁ ୩ ଡ଼ିଗ୍ରୀ ତାପମାତ୍ରା ହ୍ରାସ ହୋଇପାରେ ବୋଲି କହିଛନ୍ତି ଆଂଚଳିକ ପାଣିପାଗ କେନ୍ଦ୍ର ।

ସମ୍ଭାବ୍ୟ ବାତ୍ୟାକୁ ଦେଖି ଗୁରୁବାର ସନ୍ଧ୍ୟା ସୁଦ୍ଧା ସମସ୍ତ ମତ୍ସଜିବୀକୁ ସମୁଦ୍ର ମଧ୍ୟରୁ ବାହାରକୁ ଆସିବାକୁ କୁହାଯାଛି । ତେବେ ଲଘୁଚାପ ସୃଷ୍ଟି ହେଲା ପରେ ହିଁ ସମ୍ଭାବ୍ୟ ବାତ୍ୟାର ବେଗ ଓ ଦିଗ ସ୍ପଷ୍ଟ ଜଣାପଡିବ ।

Leave a Reply

Your email address will not be published.

Back to top button