ଓଡ଼ିଶା

ବାଙ୍କୀବାସୀଙ୍କୁ ଘାରିଛି ଡେଙ୍ଗୁ ଭୟ

ବାଙ୍କୀ: ବାଙ୍କୀ ପୌରାଞ୍ଚଳର ଅଧିବାସୀଙ୍କୁ ଘାରିଲା ଡେଙ୍ଗୁର ଭୟ। ବିପର୍ଯ୍ୟସ୍ତ ପରିମଳ ସାଙ୍ଗକୁ ଡ୍ରେନେଜ ଅବ୍ୟବସ୍ଥା ଯୋଗୁଁ ଏବେ ବିଭିନ୍ନ ସ୍ଥାନରେ ପାଣି ନିଷ୍କାସନ ନହେବା ଆଉ ରାସ୍ତା କଡରେ କୁଢ଼ କୁଢ଼ ଅଳିଆ ଗଦା ହୋଇ ରହିବା ଦ୍ୱାରା ମଶାଙ୍କ ବଂଶ ବିସ୍ତାର ଦିନକୁ ଦିନକୁ ବଢ଼ି ଚାଲିଛି। ଯାହାକୁ ନେଇ ଜନସାଧାରଣଙ୍କୁ ଏବେ ଘାରିଛି ଡେଙ୍ଗୁର ଭୟ। କର୍ତ୍ତୃପକ୍ଷ ତୁରନ୍ତ ମଶାଙ୍କ ଦମନ ପାଇଁ ଠୋସ ପଦକ୍ଷେପ ନେବାକୁ ଦାବି କରିଛନ୍ତି ସହରବାସୀ ।

 ସହର ସାରା ଗଦା ହୋଇଛି କୁଢ କୁଢ ଅଳିଆ ଆବର୍ଜନା। । ବିପର୍ଯ୍ୟସ୍ତ ଡ୍ରେନେଜ ବ୍ୟବସ୍ଥା ଯୋଗୁଁ ଜଳ ନିଷ୍କାସନ ନ ହୋଇ ୱାର୍ଡ ର ମୁଖ୍ୟ ଯାତାୟାତ ରାସ୍ତା ରେ ପାଣି କାଦୁଅ ଜମାଟ ଯୋଗୁ ମଶାଙ୍କ ବଂଶ ବିସ୍ତାର ବଢ଼ି ବଢ଼ି ଚାଲିଛି।  ଯାହାକୁ ନେଇ ଏବେ ୱାର୍ଡ ବାସୀଙ୍କୁ ଘାରିଛି ଡେଙ୍ଗୁର ଭୟ। ମଶାଙ୍କ ଉପଦ୍ରବ ଯୋଗୁଁ ଘରେ ଚଳିବା ଓ ଶୋଇବା କଷ୍ଟକର ହୋଇଥିବା ଅଭିଯୋଗ ଆଣିଛନ୍ତି ୱାର୍ଡବାସିନ୍ଦା।

ଅନ୍ୟପଟେ ଏନଏସି ପକ୍ଷରୁ ୱାର୍ଡ ଗୁଡିକରେ ନା ମଶା ଧୂଆଁ ଛଡା ଯାଉଛି ନା ଡ୍ରେନ ଗୁଡିକରେ ମଶା ତେଲ ପକାଯାଉଛି । ଯଦି ଯୁଦ୍ଧକାଳୀନ ଭିତ୍ତିରେ ଏନଏସି କାଉନସିଲର କୋର କମିଟି କି ନିଜେ ନିର୍ବାହୀ ଅଧିକାରୀ ମଶା ଙ୍କୁ ନିପାତ କରିବା ପାଇଁ କୌଣସି ବିକଳ୍ପ ଉପାୟ ଅବଲମ୍ବନ ନକରନ୍ତି ତେବେ କଂଗ୍ରେସ ଓ ସାଧାରଣ ଜନତାଙ୍କ ପକ୍ଷରୁ ରାଜରାସ୍ତା ଙ୍କୁ ଓଲ୍ହାଇବାକୁ ଚେତାବନୀ ଦିଆଯାଇଛି । ଅପରପଟେ ମଶାଙ୍କ ପ୍ରାଦୁର୍ଭାବକୁ ସ୍ବିକାର କରିଛନ୍ତି ଉପନଗରପାଳ। ଯେମିତି ମଶାଙ୍କୁ ଦମନ କରାଯିବ ସେ ନେଇ ଆଗାମୀ କାଉନସିଲ ବୈଠକରେ ଆଲୋଚନା କରାଯାଇ ଦୃଢ଼ ପଦକ୍ଷେପ ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି ।

ମନୋଜ କୁମାର ଦଳେଇଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button